Below header

ଯେତିକି ପଇାସା ଦେବେ ସେତିକି ବିଦ୍ୟୁତ ବ୍ୟବହାର କରିବେ, ଗ୍ରାହକ ଚାହିଁଲେ ଲଗାଇପାରିବେ ପ୍ରିପେଡ ସ୍ମାର୍ଟ ମିଟର

କେନ୍ୟୁଜ୍(ବ୍ୟୁରୋ):  ଏଣିକି ବିଦ୍ୟୁତ ପାଇଁ ଲାଗିବ ପ୍ରିପେଡ ସ୍ମାର୍ଟ ମିଟର। ଗ୍ରାହକ ଚାହିଁଲେ ସ୍ମାର୍ଟ ମିଟର ଲଗାଇପାରିବେ। ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ପରିମାଣର ବିଜୁଳି ବ୍ୟବହାର କରିବ। ବିଧାନସଭାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ବୈଠକରେ ଟାଟା ପାଓ୍ଵାର, ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀ ଯୋଗ ଦେଇଥିଲେ । ଯେଉଁ ଅଞ୍ଚଳରେ ଠିକ ଭାବେ ପାଓ୍ଵାର ସପ୍ଲାଏ ହୋଇପାରିନି, ସେଠାରେ କିଭଳି ଏହାର ଉପଯୁକ୍ତ ବ୍ୟବସ୍ଥା ହେବ ସେନେଇ ଆଲୋଚନା ହୋଇଛି। SHG ଦ୍ୱାରା ବିଲ୍‌ ଆଦାୟ କରିବ କମ୍ପାନୀ।

ଘରକୁ ଘର ଯାଇ ବିଲ୍‌ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା। ସେହିପରି ଯେଉଁ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇନି, ତୁରନ୍ତ ଦିଆଯିବ । ପାଓ୍ଵାର କଟ୍‌ ପୂର୍ବରୁ ପ୍ରଚାର ଯୋଗେ ଅବଗତ କରାଯିବ। ଆଉଟ୍‌ସୋର୍ସରେ କାମ କରୁଥିବା ଉଭୟ ଟେକ୍ନିକାଲ ଓ ନନ୍‌ ଟେକ୍ନିକାଲ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଅର୍ଥ ପାଇବେ। ପ୍ରତି ମାସରେ ଠିକଣା ସମୟରେ ବିଲ୍‌ ଆଦାୟ ହେବା ସହ ଗ୍ରାହକ ମଧ୍ୟ ଠିକଣା ସମୟରେ ବିଲ୍‌ ଦେବା ନେଇ ବୈଠକରେ ଆଲୋଚନା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.