Below header

ସୁନ୍ଦରଗଡ: କିରେଇ ଅଞ୍ଚଳରେ ଚାଞ୍ଚଲ୍ୟ, ଆମ୍ବିଏନ୍ସ ହୋଟେଲ ପଛପଟ ବିଲ ଭିତରୁ ମିଳିଲା କଟା ହାତ

ସୁନ୍ଦରଗଡ(କେନ୍ୟୁଜ୍): ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ଆମ୍ବିଏନ୍ସ ହୋଟେଲ ପଛପଟୁ ମିଳିଛି ଏକ କଟାହାତ। ତେବେ କଟା ହାତ କାହାର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହି କଟା ହାତ କିରେଇ ଗ୍ରାମ ପଞ୍ଚାୟତର ଗ୍ରାମସାଥି ରମେଶ ସିଂଙ୍କର ବୋଲି ସନ୍ଦେହ କରାଯାଉଛି। ଗତକାଲି ରାତିରୁ ରମେଶ ନିଖୋଜ ଥିଲେ। ଆଜି ଏକ କୁକୁର କଟାହାତକୁ ଧରି ବୁଲୁଥିବା ବେଳେ କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ।

cut hand

ନିଖୋଜ ରମେଶଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ ପୋଲିସର ଟିମ ତନାଘନା ଜାରି ରଖିଛି। କଟା ହାତକୁ ରମେଶଙ୍କ ବଡଭାଇ ଦେଖିବା ପରେ ଏହା ତାଙ୍କ ଭାଇର ବୋଲି ପୋଲିସକୁ କହିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଟାହାତ କାହାର ତାହା ସ୍ପଷ୍ଟ ହୋଇନାହିଁ। ସାଇଣ୍ଟିଫିକ ଟିମ,ଟାଉନ ପୋଲିସ ସହ ସଦର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.