ଚୀନ୍‌କୁ ପୁଣି ଫେରିଲା କରୋନା : ୨ କୋଟିରୁ ଅଧିକ ଲୋକ ଲକ୍‌ଡାଉନରେ

ବେଜିଂ :  ଦୀର୍ଘ ଦିନ ପରେ ପୁଣି ଚୀନ୍‌କୁ ଫେରିଛି କରୋନା । ଏବେ ସଂକ୍ରମିତଙ୍କ ସଂଖ୍ୟା ଗତ ୮ ମାସ ତୁଳନାରେ ସର୍ବାଧିକ ବୋଲି ଜଣାପଡ଼ିଛି । କରୋନାର ୨ୟ ଲହରରେ ପୁଣି ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗତ ବର୍ଷ ଚୀନ୍‌ରେ ପ୍ରଥମେ କରୋନା ଭାଇରସର ଉତ୍ପତ୍ତି ହୋଇଥିବା ବେଳେ ମାତ୍ର ଅଳ୍ପ କେତେ ମାସ ପରେ ଚୀନ୍‌ କରୋନା ସଂକ୍ରମଣ ମୁକ୍ତ ହୋଇଥିବା ପ୍ରକାଶ କରିଥିଲା ।

corona
photo credit: The Gurdian

ହେଲେ ଏବେ ପୁଣି ଥରେ କରୋନା ସଂକ୍ରମଣ ଚୀନକୁ ଫେରିଥିବା ଜଣାପଡ଼ିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବୁଧବାର  ଉତ୍ତର ଚୀନ୍‌ରେ ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏବେ ଚୀନ୍‌ରେ ପ୍ରାୟ ୨କୋଟି ଲୋକ ଲକ୍‌ଡାଉନ୍‌ରେ ଅଛନ୍ତି । ଚୀନ୍‌ର କେତକ ରାଜ୍ୟରେ ମଧ୍ୟ ଜରୁରୀ ପରିସ୍ଥିତି ଲାଗୁ ହୋଇଛି ।

ଚଳିତ ବର୍ଷ ଜାନୁଆରୀ ମାସରେ ଦେଶରେ ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ତାହା ଗତ ବର୍ଷ ଜାନୁଆରୀ ମାସ ତୁଳନାରେ ଅଧିକ ବୋଲି ଜଣାପଡ଼ିଛି । ଫେବୃଆରୀ ମାସରେ ଚୀନରେ ବଡ଼ ପର୍ବ ସ୍ରିଙ୍ଗ୍‌ ଫେଷ୍ଟିଭାଲ ଆରମ୍ଭ ହେବାକୁ ଥିବା ବେଳେ ପୁଣି ଥରେ କରୋନା ଲହର ସରକାରଙ୍କ ନିଦ ହଜାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.