କେନ୍ଦୁଝର: ସପିଂ ମଲରେ ଡ୍ରେସ ଚେଞ୍ଜ କଲା ବେଳେ ଏମିତି ଉପାୟରେ ଯୁବତୀଙ୍କ ଫଟୋ ସୁଟ୍ କରୁଥିଲେ ଯୁବକ, ଧରାପଡିବା ପରେ ଗଲେ ଥାନାକୁ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର VMART MALLର ଟ୍ରାଏଲ ରୁମରେ ଯୁବତୀ ଟ୍ରାଏଲ କରୁଥିବାର ଦୃଶ୍ୟକୁ ଜଣେ ଯୁବକ ଫଟୋ ଉଠାଇବା ବେଳେ କାବୁ କଲେ ଲୋକେ। ପରେ ପୋଲିସକୁ ହସ୍ତାନ୍ତର କଲେ। ପୋଲିସ ସୁଟିଂ କରୁଥିବା ଯୁବକୁ ଗିରଫ କରି କୋର୍ଟ ଚାଲଣ କରିଛି । ଗିରଫ ଯୁବକ ଜଣକ କେନ୍ଦୁଝର ପୁରୁଣା ବଜାରର ମହମ୍ମଦ ଆତିଫ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ ଆଜି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଥିବା ଭି-ମାର୍ଟ ସପିଂ ମଲରେ ଜଣେ ଯୁବତୀଙ୍କ ପସନ୍ଦ ମୁତାବକ ପୋଷାକ କିଣି ବାକୁ ଯାଇଥିଲେ । ସେଠାରେ ପସନ୍ଦ ହୋଇଥିବା ଡ୍ରେସ ଟିକୁ ଟ୍ରାଏଲ କରୁଥିବା ସମୟରେ ଅନ୍ୟ  ଏକ ମହିଳା ଟ୍ରାଏଲ ରୁମରୁ ଜଣେ ଯୁବକ ଫୋଟୋ ଉତ୍ତୋଳନ କରିଥିଲେ । ଏହାକୁ ଜାଣି ପାରି ଯୁବତୀ ଜଣକ ପାଟି କଲା ପରେ ନିକଟରେ ଥିବା ପରିବାର ଲୋକେ ଯୁବକଙ୍କୁ କାବୁ କରିଥିଲେ । ପରେ ଯୁବକକୁ ଟାଉନ ଥାନାରେ ଜିମା ଦେଇଥିଲେ ।

ପୋଲିସ ଅଭିଯୁକ୍ତକୁ ଗିରଫ କରି IPC 354 ସି ,ଡି ଓ 506 ଧାରରେ ମାମଲା ରୁଜୁକରିଛି।  ଟାଉନ ଥାନା ପକ୍ଷରୁ ସପିଂ ମଲକୁ ଯାଇ ସରଜମିନ ତଦନ୍ତ କରାଯାଇଥିଲା ବେଳେ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ ରହିଥିବା ଜଣାପଡିଛି ।  ସହର ମୁଖ୍ଯାଳୟରେ  ସପିଂ ମଲ ମଧ୍ୟରେ ସୁରକ୍ଷା କର୍ମୀ ଅଭାବରୁ ଏଭଳି ଘଟଣା ସହର ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.