କଟକ ତିଗିରିଆ କଲମ ବଗିଚା ରାଇସ ମିଲ ନିକଟରେ ଏଟିଏମ୍ ଭ୍ୟାନ୍ ଲୁଟ୍ ଘଟଣା, ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ
ଲୁଟିଲେ, ଧରାପଡିଲେ । କଟକ ତିଗିରିଆ କଲମ ବଗିଚା ରାଇସ ମିଲ ନିକଟରେ ଏଟିଏମ୍ ଭ୍ୟାନ୍ ଲୁଟ୍ ଘଟଣାରେ ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ । ରାତି ଅଧିଆ ଚଢାଉ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ତିଗିରିଆ ପୋଲିସ । ସେମାନଙ୍କ ନିକଟରୁ ୬୪ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି ।

କଟକ (କେନ୍ୟୁଜ୍) : ଲୁଟିଲେ, ଧରାପଡିଲେ । କଟକ ତିଗିରିଆ କଲମ ବଗିଚା ରାଇସ ମିଲ ନିକଟରେ ଏଟିଏମ୍ ଭ୍ୟାନ୍ ଲୁଟ୍ ଘଟଣାରେ ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ । ରାତି ଅଧିଆ ଚଢାଉ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ତିଗିରିଆ ପୋଲିସ । ସେମାନଙ୍କ ନିକଟରୁ ୬୪ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି ।
ଲୁଟରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି। ୨୦୨୩ ନଭେମ୍ବର ୧୦ ତାରିଖ ଅପରାହ୍ନରେ ହୋଇଥିଲା ଲୁଟ୍। ମୁଖା ପିନ୍ଧି ATM କାଟି ୧ କୋଟି ୭୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଏହାପରେ ଅଭିଯୁକ୍ତଙ୍କୁ ଧରିବାକୁ ଆରମ୍ଭ ହୋଇଥିଲା ତନାଘନା । କଟକ ଜିଲ୍ଲାର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥରେ କଡାକଡି ଚେକିଂ କରିଥିଲା ପୋଲିସ ।