ଦିଲ୍ଲୀ ଅଭିମୁଖେ ୨୦ ହଜାର ଚାଷୀ, ରାତାରାତି ରାସ୍ତାରେ କରାଗଲା କଂକ୍ରିଟ ବ୍ୟାରିକେଡ୍‌

ଦିଲ୍ଲୀର ସମସ୍ତ ବର୍ଡରକୁ ସିଲ୍‌ କରି ଦିଆଯାଇଛି । ଗାଜିପୁର ବର୍ଡର, ଟିକିରୀ, ଶମ୍ଭୁ ଏବଂ ସିଙ୍ଘୁ ବର୍ଡରକୁ ସିଲ୍‌ କରାଯିବା ସହିତ ପୋଲିସ ଏବଂ ସୁରକ୍ଷାବଳ ଜଗି ରହିଛନ୍ତି । ଏଥିପାଇଁ ସାଧାରଣ ଲୋକ ଘରୁ ବାହାରିବାରେ ଅସୁବିଧା ହୋଇପାରେ । ତେଣୁ ମେଟ୍ରୋ ବ୍ୟବହାର କରିବା ପାଇଁ ଅପିଲ୍‌ କରାଯାଇଛି ।

ଦିଲ୍ଲୀ ଅଭିମୁଖେ ୨୦ ହଜାର ଚାଷୀ । ଆଉ ଏଥିପାଇଁ ଦିଲ୍ଲୀର ସମସ୍ତ ବର୍ଡରକୁ ସିଲ୍‌ କରି ଦିଆଯାଇଛି । ଗାଜିପୁର ବର୍ଡର, ଟିକିରୀ, ଶମ୍ଭୁ ଏବଂ ସିଙ୍ଘୁ ବର୍ଡରକୁ ସିଲ୍‌ କରାଯିବା ସହିତ ପୋଲିସ ଏବଂ ସୁରକ୍ଷାବଳ ଜଗି ରହିଛନ୍ତି । ଚାଷୀ ଯେଭଳି ଦିଲ୍ଲୀରେ ଏଣ୍ଟ୍ରି ନ କରନ୍ତି, ସେଥିପାଇଁ ସିଲ୍‌ ସବୁ କରିଦିଆଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ପଞ୍ଜାବ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ରାସ୍ତାରେ ଚାଷୀଙ୍କ ଦିଲ୍ଲୀ ଚଲୋ ଘୋଷଣା ପରେ ପଞ୍ଜାବ-ହରିୟାଣା ବର୍ଡର ମଧ୍ୟ ସିଲ୍‌ କରାଯାଇଛି । ଦିଲ୍ଲୀରେ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ୧୪୪ ଧାରା ଲାଗିଛି । ରାସ୍ତାରେ ବଡ ବଡ ପଥର ରଖାଯାଇଛି । ଚାଷୀଙ୍କୁ ରୋକିବା ପାଇଁ ସିମେଣ୍ଟ ବ୍ୟାରିକେଡ ରାତାରାତି କରାଯାଇଛି । ରାସ୍ତାରେ କଣ୍ଟା ବିଛାଯାଇଛି ।

ଏଥିପାଇଁ ସାଧାରଣ ଲୋକ ଘରୁ ବାହାରିବାରେ ଅସୁବିଧା ହୋଇପାରେ । ତେଣୁ ମେଟ୍ରୋ ବ୍ୟବହାର କରିବା ପାଇଁ ଅପିଲ୍‌ କରାଯାଇଛି ।

ଗତରାତିରେ ଚଣ୍ଡିଗଡ଼ରେ ଉଭୟ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ପ୍ରାୟ ୫ ଘଣ୍ଟା କାଳ ଆଲୋଚନା ଚାଲିଥିଲା । କେନ୍ଦ୍ର ସରକାରଙ୍କ ତରଫରୁ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ପୀୟୂଷ ଗୋୟଲ ଓ କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗ ଦେଇଥିଲେ । ସେମାନେ ଦୀର୍ଘ ସମୟ ଧରି ଚାଷୀଙ୍କ ସହ ଆଲୋଚନା କରିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇ ପାରି ନ ଥିଲା । ଏହି ଆଲୋଚନାରେ ମୁଖ୍ୟତଃ ୬ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ସେଥି ମଧ୍ୟରୁ ୩ଟିରେ ସହମତି ହୋଇଥିବା ବେଳେ ଆଉ ୩ଟିର ସମାଧାନାର ବାଟ ଫିଟି ପାରି ନ ଥିଲା ।

ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ବାରଣ କରିବା ସହ ପିସ୍ତଲ, ଦହନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ପ୍ରବେଶ ଉପରେ ବି କଟକଣା ଜାରି ହୋଇଛି । ଇଟା, ପଥର, ପେଟ୍ରୋଲ ବୋମା ଏବଂ ସୋଡ଼ା ବୋତଲ ଉପରେ ମଧ୍ୟ ପୋଲିସର ନଜର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.