Below header

ରାସ୍ତା ଉପରେ ଗଛ କାଟି ପୋଲିସ୍ ବିରୋଧରେ ପୋଷ୍ଟର

ପୋଲିସ ବିରୋଧରେ ପୋଷ୍ଟର। ରାସ୍ତା ଉପରେ ଗଛ କାଟି ଲାଗିଛି ପୋଷ୍ଟର । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ କୁକୁରକୁଆଁ ଗାଁ ରାସ୍ତାରେ ଗଛକାଟି ପୋଲିସ ବିରୋଧୀ ପୋଷ୍ଟର ଲଗାଯାଇଛି । ଜୁଆ ଖୁଡ଼ ଖୁଡ଼ି ଖେଳି ଲୋକେ ସର୍ବହରା ହେଉଛନ୍ତି ।

ଉମରକୋଟ(କେନ୍ୟୁଜ୍‌) : ପୋଲିସ ବିରୋଧରେ ପୋଷ୍ଟର। ରାସ୍ତା ଉପରେ ଗଛ କାଟି ଲାଗିଛି ପୋଷ୍ଟର । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ କୁକୁରକୁଆଁ ଗାଁ ରାସ୍ତାରେ ଗଛକାଟି ପୋଲିସ ବିରୋଧୀ ପୋଷ୍ଟର ଲଗାଯାଇଛି । ଜୁଆ ଖୁଡ ଖୁଡିର ଖେଳି ଲୋକେ ସର୍ବହରା ହେଉଛନ୍ତି । ଏଥିରେ ରାଇଘର ପୋଲିସ ଓ ଉମରକୋଟ ଏସଡିପିଓଙ୍କ ହାତ ଥିବା ଅଭିଯୋଗ ହୋଇଛି ।

ଗତ ୧୦ ତାରିଖ ରାତିରେ ନକଟିସିମୋଡା ଓ ମାରିପାରା ଗ୍ରାମରେ ଜୁଆ ଖୁଡ ଖୁଡିର ପସରା ଲାଗିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏଥିପାଇଁ ପୋଲିସକୁ ଦାୟୀ କରାଯାଇଛି । ଯେଉଁ ଗାଁକୁ ଜୁଆ ଖେଳ ହେଉଛି ସେହି ଗାଁ ୱାର୍ଡ ସଭ୍ୟ ଓ ସରପଞ୍ଚଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ତେବେ ପୋଷ୍ଟରଟି କିଏ ଲଗାଇଛି ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଉମରକୋଟ SDPO ମଧୁଶିକ୍ତା ମିଶ୍ର କହିଛନ୍ତି, ସେଦିନ ଜୁଆ ଖେଳ ନେଇ ଅନେକ ଫୋନ କଲ୍ ଆସିବା ପରେ ପୋଲିସ ପହଞ୍ଚି ଜୁଆ ଖେଳ ବନ୍ଦ କରିଥିଲା ।ପୋଷ୍ଟର ନେଇ ପୋଲିସ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.