Below header

କଟକରେ ହେବ ଶାରଦୀୟ ଦୁର୍ଗା ପୂଜା, କୋଭିଡ ନିୟମ ପାଳିବା ବାଧ୍ୟତାମୂଳକ

କଟକ(କେ ନ୍ୟୁଜ): କଟକରେ ହେବ ଶାରଦୀୟ ଦୁର୍ଗାପୂଜା । ଏନେଇ ଓଡିଶା ହାଇକୋର୍ଟ ଅନୁମତି ଦେଇଛନ୍ତି । କିନ୍ତୁ କୋଭିଡ ଗାଇଡ୍‌ଲାଇନକୁ ମାନି ଦୁର୍ଗାପୂଜା କରାଯିବ ବୋଲି ସର୍ତ୍ତ ରଖାଯାଇଛି । କେନ୍ଦ୍ରର ଗାଇଡ୍‌ଲାଇନ ଅନୁଯାୟୀ ହିଁ ସ୍ଥିର ନିୟମ କାନୁନ ସ୍ଥିର କରିବେ ସରକାର । ପାରମ୍ପରିକ ମୂର୍ତ୍ତି ନିର୍ମାଣ ହୋଇ କରାଯିବ ପୂଜା । ମଣ୍ଡପରେ ଅଯଥା ଭିଡ଼ କରାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଗାପୂଜା କରାଯିବା ନେଇ ବାଲୁବଜାର ପୂଜା କମିଟି ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ଏନେଇ କଟକର ବିଭିନ୍ନ ପୂଜା କମିଟି ସହ ପୋଲିସ କମିଶିନର ଆଲୋଚନା କରିଥିଲେ ।

ସେପଟେ ଭୁବନେଶ୍ୱରରେ ବି ନିରାଡ଼ମ୍ବର ଭାବେ ପୂଜା କରାଯିବା ନେଇ ନିଷ୍ପତ୍ତି ହୋଇଛି । ପୂଜା କମିଟିରେ ମାତ୍ର ୧୦
ଜଣଙ୍କୁ ରହିବାକୁ ମିଳିବ ଅନୁମତି । କୌଣସି ପୂଜା କମିଟି ଘର ଘର ବୁଲି ଆଦାୟ କରି ପାରିବେ ନାହିଁ ଚାନ୍ଦା । ଲୋକ ମାନେ ସ୍ୱଇଚ୍ଛାରେ ଯାହା ବି ଦାନ କରିବେ ସେହିଥିରେ ହିଁ ପୂଜା କାର୍ଯ୍ୟ କରାଯିବା ନେଇ ସ୍ଥିର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.