ସୁରକ୍ଷା ଖୋଜୁଛି କାଠଯୋଡ଼ି ନଦୀ ପୋଲରେ ସୁରକ୍ଷା ଦେଉଥିବା ବାଡା, କର୍ତ୍ତୃପକ୍ଷଙ୍କ ନଜରକୁ କରିଛି ଅପେକ୍ଷା

କେନ୍ୟୁଜ୍(ବ୍ୟୁରୋ): ସୁରକ୍ଷା ପାଇଁ ଥିବା କାଠଯୋଡି ପୋଲର ବାଡା ଏବେ ସୁରକ୍ଷା ଖୋଜୁଛି। ଦୀର୍ଘଦିନ ହେବ ଅବହେଳିତ ହୋଇ ଭଗ୍ନ ଅବସ୍ଥାରେ ମଧ୍ୟ ଲୋକଙ୍କ ସୁରକ୍ଷା ପାଇଁ ଦଣ୍ଡାୟମାନ ହୋଇ ରହିଛି କାଠଯୋଡି ନଦୀ ପୋଲର ବାଡା। ପ୍ରତିଦିନ ଶହ ଶହ କଟକ ଆଗନ୍ତୁକଙ୍କୁ ସୁରକ୍ଷା ଦେଉଛି ଏହି ବାଡା। କିନ୍ତୁ ନିଜ ସୁରକ୍ଷା ପାଇଁ ସତେ ଯେମିତି ହାତ ଠାରି କର୍ତ୍ତୃପକ୍ଷକୁ ଜଣାଇବାକୁ ଅନୁରୋଧ କରୁଛି।

katha jodi polaଭୁବନେଶ୍ବରରୁ କଟକ ପ୍ରବେଶ କରିବା ପାଇଁ ହେଲେ କାଠଯୋଡି ନଦୀ ପୋଲ ପାରି ହେବାକୁ ପଡେ । ହେଲେ ଏହି କାଠଯୋଡି ନଦୀ ପୋଲର ବାଡା ଏବେ ବିପଦ ସଂକୁଳ ଅବସ୍ଥାରେ ଠିଆ ହୋଇଛି। ପ୍ରତିଦିନ ହଜାର ହଜାର ଗାଡି ଏହି ପୋଲ ଉପରେ ଦେଇ ଯାଉଥିଲେ ମଧ୍ୟ କାହାର ଏଦିଗରେ ଧ୍ୟାନ ନାହିଁ ।

ପୋଲ ବାଡାରେ ଅନେକ କେବୁଲ ଲାଇନ ଟଣା ଯାଇଥିବାର ଦେଖିବାକୁ ମିଳିଛି। କିନ୍ତୁ ବାଡା ଗୁଡିକ ଦୁର୍ବଳ ହେଲାଣି ତାହାର ଖବର କାହା ପାଖରେ ନାହିଁ । ଏମିତି କି ବାଡା ଗୁଡିକର ସ୍ଥିତି ଏଭଳି ଅଛି ଯେ ଗୋଟେ ବଡ ଧକ୍କା ମାରିଲେ ସିଧା ତଳକୁ ଗଳି ପଡିବ। କେବଳ ବାଡା ନୁହେଁ ପୋଲ ଉପରେ ଦେଇ ଯାଇଥିବା ଫୁଟପାଥ ଗୁଡିକ ମଧ୍ୟ ଫାଟ ହେବାକୁ ଲାଗିଲାଣି।

ସ୍ଥାନେ ସ୍ଥାନେ ଭାଙ୍ଗିଯାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ହେଲେ ଏହା କୌଣସି ଅଧିକାରୀଙ୍କ ନଜରରେ ଅସୁନାହିଁ । ଯାହା ଫଳରେ ପୋଲଟି ଅନେକ ବିପଦକୁ ଅପେକ୍ଷା କରି ରହିଥିବା ମନେ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.