Below header

ସୋନୁ ସୁଦଙ୍କୁ ନିଜ ଏକ ମାସର ଦରମା ଦେବାକୁ ଠିକ କରିଥିଲେ ଏହି ବ୍ୟକ୍ତି, କିନ୍ତୁ ବଦଳରେ ଅଭିନେତା ଦେଲେ ଏମିତି ଉତ୍ତର

ମାରାତ୍ମକ କରୋନା କାଳରେ ବଲିଉଡ ଅଭିନେତା ସୋନୁ ସୁଦ ସାଧାରଣ ଲୋକଙ୍କୁ ଯେତିକି ସାହାଯ୍ୟର ହାତ ବଢ଼ାଇଛନ୍ତି, ଏନେଇ ତାଙ୍କୁ ଯେତିକି କୃତଜ୍ଞତା ଜଣାଯିବ ତାହା ହୁଏତ କମ ହେବ । ସୋନୁଙ୍କ ଏପରି ନିସ୍ଵାର୍ଥପର କାମ ଦେଶବାସୀଙ୍କୁ ବି ଖୁବ ଆକୃଷ୍ଟ କରିଛି । କେତେକଙ୍କୁ ତ ଏହା ଏମିତି ଉତ୍ସାହିତ କରିଛିଯେ ସୋନୁଙ୍କ ନିକଟକୁ ଲଗାତାର ଭା ବେ ସାହାଯ୍ୟର ସୁଅ ଛୁଟିବାରେ ଲାଗିଛି । ଏମିତିକି ସୋନୁଙ୍କ ଏପରି ନିସ୍ଵାର୍ଥପର କାମରେ ମୁଗ୍ଧ ହୋଇ ତାଙ୍କୁ ଏକ ମାସର ପାରିଶ୍ରମିକ ଦେବାକୁ ସ୍ଥିର କରିଛନ୍ତି ଜଣେ ବ୍ୟକ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବ୍ୟକ୍ତି ଜଣଙ୍କ ଏବାବଦରେ ପ୍ରଥମେ ସୂଚନା ଦେଇଥିଲେ । ନିଜ ସୋସିଆଲ ମିଡିଆରେ ବ୍ୟକ୍ତି ଜଣଙ୍କ ସୋନୁଙ୍କ ଉଦ୍ଦେଶ୍ୟରେ ଲେଖିଥିଲେକି, “ସୋନୁଙ୍କୁ ସହୃଦୟତା ତାଙ୍କୁ ଖୁବ ଆକୃଷ୍ଟ କରିଥିଲା ।

ଏପରି କାମରେ ନିଜେ ଅବଦାନ କରିବାକୁ ସ୍ଥିର କରିଥିଲେ । ତେଣୁ ଠିକ କରିଥିଲେକି ନିଜ ମାସକର ବେତନ ସୋନୁଙ୍କ ନିକଟକୁ ପଠାଇବେ ବୋଲି ଠିକ କରିଥିଲେ । ଆଉ ଲେଖିଛନ୍ତିକି- ମୁଁ ଅଧିକ କିଛି ତ କରି ପାରିବି ନାହିଁ @ SonuSood । କେବଳ ନିଜ ମାସକର ବେତନ ଦାନ ଆକାରରେ ଦେଇ ପାରିବି । ଯେଉଁଥିରେ ଆପଣ ଆଉ କିଛି ଲୋକଙ୍କୁ ସାହାଯ୍ୟ କରିପାରିବେ ।” ଅନ୍ୟପକ୍ଷରେ ଫ୍ୟାନ୍ସଙ୍କ ଏପରି ଭଲପାଇବା ସୋନୁଙ୍କ ମନ ଜିତିନେଇଛି । ଏହାର ଜବାବ ବି ସୋନୁ ଖୁବ ବିନମ୍ରତାର ସହ ରଖିଛନ୍ତି ।

ସୋନୁ ଲେଖିଛନ୍ତିକି – “ଆପଣଙ୍କ ଠାରୁ ଧନୀ ଆଉ କେହି ନାହାନ୍ତି । ସବୁବେଳେ ଏମିତି ହିଁ ରୁହନ୍ତୁ । ଯଦି ଆପଣ ଜଣେ ନିକଟସ୍ଥ କୌଣସି ଲୋକଙ୍କୁ ସାହାଯ୍ୟ କରନ୍ତି, ତେବେ ବୁଝିନେବେ କି ଆପଣଙ୍କ ବେତନ ମୋ ପାଖରେ ପହଂଚି ଯାଇଛି ।” ବ୍ୟକ୍ତି ଜଣଙ୍କର ଆୟ ସେତେ ଅଧିକା ନଥିବାରୁ ସୋନୁ ତାଙ୍କ ଠାରୁ ସାହାଯ୍ୟ ନେବାକୁ ଚାହିଁ ନାହାନ୍ତି । ଏହା ବଦଳରେ ଜଣେ ନିକଟସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଅଭିନେତାଙ୍କ ଏହି ପୋଷ୍ଟ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନ୍ୟପକ୍ଷରେ, ଫ୍ୟାନ୍ସ ମାନେ ବି ସୋନୁଙ୍କ ଏପରି ଅନ୍ଦାଜକୁ ଖୁବ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.