ବଗିଚାରେ ପଡ଼ିଥିବା ଅଳିଆକୁ ନିଆରା ଉପାୟରେ ସଫା କରୁଛି ହାତୀ, ଭିଡିଓ ଦେଖିଲେ ବିଶ୍ୱାସ କରିପାରିବେନି

କେବଳ ମଣିଷ ନୁହେଁ ଜୀବଜନ୍ତୁଙ୍କର ମଧ୍ୟ ମନ ଅଛି, ଇଚ୍ଛା ଅଛି। ସେମାନେ ବି କୁନି ପିଲାଙ୍କ ଭଳି ବିଭିନ୍ନ କୌତୁକିଆ କାମ କରିଥାନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ହାତୀଟିଏ ପାଖରେ ପଡ଼ିଥିବା ଅଳିଆ ଆବର୍ଜନାକୁ ଶୁଣ୍ଢରେ ନେଇ ଡଷ୍ଟବିନ୍‌ରେ ପକାଉଛି।

ଦେଖନ୍ତୁ ଭିଡିଓ:

ଭିଡିଓଟିକୁ ବନବିଭାଗର ଅଧିକାରୀ ପରବିନ୍‌ କାସଓ୍ଵାନ୍‌ ସେୟାର କରିଛନ୍ତି। ଭିଡିଓରେ ଏକ ହାତୀ ବଗିଚାରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରୁଥିବା ଦେଖାଯାଇଛି। ହାତୀଟି ବଗିଚାରେ ପଡ଼ିଥିବା ଅଳିଆକୁ ଶୁଣ୍ଢରେ ଉଠାଇ ଡଷ୍ଟବିନ୍‌ରେ ପକାଉଛି। ହାତୀକୁ ଦେଖିଲେ ଜଣାପଡ଼ୁଛି ଯେ ସେ ସ୍ୱଚ୍ଛ ଭାରତ ଅଭିଯାନକୁ ଦେଖି ଖୁବ୍‌ ଉତ୍ସାହିତ ହୋଇଛି।

ଟ୍ଵିଟରରେ ଭିଡିଓ ସେୟାର କରି ପରବିନ୍‌ ଲେଖିଛନ୍ତି ‘ହାତୀକୁ ସ୍ୱଚ୍ଛ ଭାରତ ଅଭିଯାନର ମାସ୍କଟ୍‌ କରିବାର ଥିଲା’। ଅଗଷ୍ଟ ୨୮ ତାରିଖରେ ସେୟାର କରାଯାଇଥିବା ଏହି ଭିଡିଓରେ ଏବେ ଯାଏଁ ୩୫ ହଜାରରୁ ଅଧିକ ଲାଇକ୍‌ ଓ ୬ ହଜାରରୁ ଅଧିକ କମେଣ୍ଟ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.