Below header

‘ଜଣେ ମଣିଷ ଗୋଟିଏ ଗଛ’: ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ ଯାତ୍ରାରେ ସଞ୍ଜୟ

ଉଦଳା(କେନ୍ୟୁଜ୍): ପେସାରେ ଡ୍ରାଇଭର ହେଲେ ଚିନ୍ତା ପରିବେଶ ସୁରକ୍ଷା । ଏଭଳି ଏକ ଭିନ୍ନ ପରିବେଶ ପ୍ରେମୀର ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ପରିବେଷ ସୁରକ୍ଷା ବାର୍ତ୍ତା ନେଇ ‘ଜଣେ ମଣିଷ ଗୋଟିଏ ଗଛ’ର ସ୍ଳୋଗାନ ନେଇ ସାଇକେଲ ଯାତ୍ରାରେ ବାହାରିଛନ୍ତି ଭଦ୍ରକର ୩୬ ବର୍ଷିୟ ଯୁବକ ସଞ୍ଜୟ ପଣ୍ଡା ।

ମୟୂରଭଞ୍ଜ ଉଦଳାରେ ହେଉଛି ସଞ୍ଜୟଙ୍କ ଜନ୍ମସ୍ଥାନ । ତେବେ ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଭାବରେ ବିଜୟ ଲାଗି ମାନସିକ କରିଥିଲେ । ଜିତିଲେ ନିଜେ ସାଇକେଲ ଚଲାଇ ଦିଲ୍ଲୀ ଯାଇ ତାଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବେ । ତେଣୁ ଭଦ୍ରକରୁ ରାଷ୍ଟ୍ରପତି ଭବନ ପଖାପାଖି ୧୭୦୦ ଲିକୋମିଟରର ଯାତ୍ରା ଆରମ୍ଭ କରିଛନ୍ତି ସଞ୍ଜୟ । ଗତ ୮ ତାରିଖରୁ ସେ ଭଦ୍ରକରୁ ବାହାରି ଅସନ୍ତା ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଦିଲ୍ଲୀ ପହଞ୍ଚିବେ ବୋଲି ଆଶା ରଖିଛନ୍ତି ସେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.