କେବେ ବଦଳିବ ଏ ସମାଜ: ବ୍ୟାଗ୍ ଭିତରୁ ଜୀବିତ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର

ଯାଜପୁର(କେନ୍ୟୁଜ୍): ଏକ ବ୍ୟାଗ ଭିତରୁ ଜୀବିତ ଅବସ୍ଥାରେ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କଡେଇ ଛକ ବାଇପାସ ରାସ୍ତା କଡ଼ରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶିଶୁ କନ୍ୟାଟିକୁ ବଡ଼ଚଣା ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଯିବା ପରେ ଶିଶୁ କନ୍ୟାଟି ସୁସ୍ଥ ଥିବା ସୂଚନା ମିଳିଛି।

ସୂଚନା ମୁତାବକ ବଡ଼ଚଣା ବ୍ଲକ ଖଇରା ଗ୍ରାମର ଗୋବିନ୍ଦ ଚନ୍ଦ୍ର ବରାଳ ୧୬ନଂ ଜାତୀୟ ରାଜପଥ ଦେଇ ଛତିଆ ଅଭିମୁଖେ ଯାଉଥିବା ବେଳେ କଡେଇ ଛକ ବାଇପାସ ରାସ୍ତାକଡ଼ରେ କୁଆଁ କୁଆଁ କାନ୍ଦ ଶୁଣି ଅଟକିଥିଲେ। ସେଠାରେ ରାସ୍ତାକଡ଼ରେ ବ୍ୟାଗ ଭିତରେ ଏକ ସଦ୍ୟଜାତ ଶିଶୁକନ୍ୟାକୁ ଦେଖିବାକୁ ପାଇଥିଲେ। ପରେ ଶିଶୁ କନ୍ୟାଟିକୁ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଶିଶୁଟିକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ତେବେ ଶିଶୁ କନ୍ୟାଟିକୁ କିଏ ଏବଂ କାହିଁକି ଏଭଳି ଅବସ୍ଥାରେ ଫିଙ୍ଗି ଚାଲିଗଲା ସେ ନେଇ ବଡ଼ଚଣା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.