Below header

ବିଶ୍ବକୁ ପୋଲିଓ ମୁକ୍ତ କରିବା ପାଇଁ ସାଇକେଲ ଯାତ୍ରାରେ ବାହାରିଛନ୍ତି ଚେନ୍ନାଇର ସତୀଶ

ଯାଜପୁର (କେନ୍ଯୁଜ୍) : ବିଶ୍ବକୁ ପୋଲିଓ ମୁକ୍ତ କରିବା ସହ ଶାନ୍ତି ପ୍ରତିଷ୍ଠାର ବାର୍ତ୍ତା ନେଇ ସାଇକେଲ ଯାତ୍ରାରେ ବାହାରିଛନ୍ତି ଚେନ୍ନାଇର ରୋଟାରିଆନ୍ ସତୀଶ କୁମାର। ଭାରତ ସହ ନେପାଳ ଏବଂ ଭୁଟାନ ଦେଶରେ ମଧ୍ୟ ସାଇକେଲରେ ପରିଭ୍ରମଣ କରିବାର ଲକ୍ଷ୍ୟ ରଖିଛନ୍ତି ସତୀଶ। ଫେବୃଆରୀ ୨୩ ତାରିଖରୁ ସେ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଯାଜପୁର ଜିଲ୍ଲା ଜାରକା ଠାରେ ପହଞ୍ଚିବା ପରେ ଜାରକା ରୋଟାରୀ କ୍ଲବ ଓ ଇନରହୁଇଲ କ୍ଲବ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

ସତୀଶ ୧୬ ନଂ ଜାତୀୟ ରାଜପଥ ଦେଇ ଅତିକ୍ରମ କରୁଥିବା ସମୟରେ ରୋଟାରୀ କ୍ଲବର ସଭାପତି ପ୍ରଦୀପ କୁମାର ବରାଳଙ୍କ ସମେତ ବହୁ ରୋଟାରିଆନ ଏବଂ ଇନରହୁଇଲ କ୍ଲବର ସଦସ୍ୟ ମାନଙ୍କ ଦ୍ବାରା ତାଙ୍କୁ ସ୍ବାଗତ କରାଯାଇଥିଲା। ସତୀଶ ରୋଟାରି କ୍ଲବ ଚେନ୍ନାଇ ପକ୍ଷରୁ ତାମିଲନାଡୁର କୋରାଟୁର ଠାରୁ ସାଇକେଲ ଯୋଗେ ୩୨୩୨ କିଲୋମିଟର ଯାତ୍ରା କରି ଏହି ବାର୍ତ୍ତା ପ୍ରଚାର କରିବା ପାଇଁ ନିଷ୍ପତି ନେଇଛନ୍ତି। ସେ ଭାରତରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଆସାମ ଆଦି ରାଜ୍ୟ ଦେଇ ଭୁଟାନ ଓ ନେପାଳ ଦେଶରେ ଏହି ବାର୍ତ୍ତା ପ୍ରଚାର କରିବାର ଲକ୍ଷ୍ୟ ରଖିଥିବା କଥା ସେ ଏହି ଅବସରରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.