ଶୁକ୍ରବାର ଦିନ ପୂଜା କରନ୍ତୁ ଏହି ତିନି ଦେବୀଙ୍କୁ , ନିଶ୍ଚିନ୍ତ ଆପଣଙ୍କ ଜୀବନ ହୋଇଯିବ ସୁଖମୟ

ଶୁକ୍ରବାର ଦିନ ଦେବୀ ମା ଙ୍କ ପୂଜା ପାଇଁ ମହତ୍ୱପୂର୍ଣ୍ଣ ଦିନ ହୋଇଥାଏ। ଏହି ଦିନ ଆପଣ ଯେକୌଣସି ସ୍ବରୂପ ଦେବୀଙ୍କର ପୂଜା କରିପାରିବେ। କିନ୍ତୁ ଏହି ଦିନ ମା ଲକ୍ଷ୍ମୀ, ଦୁର୍ଗା ଏବଂ ସନ୍ତୋଷୀ ମାଙ୍କ ପୂଜା ଆରାଧନା କରିବା ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ। ପୌରାଣିକ ତଥ୍ୟ ଅନୁଯାୟୀ ଏହି ଦିନ ୧୬ ଶୁକ୍ରବାର ବ୍ରତ ରଖିଲେ ଅନେକ ଲାଭକାରୀ ହୋଇଥାଏ। ଏହି ଦିନ ଧଲା ରଙ୍ଗର ବସ୍ତ୍ର ପରିଧାନ କଲେ ଶୁଭ ହୋଇଥାଏ।। ଶକ୍ତି ଏବଂ ଦୁର୍ଗା ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନଟି ବହୁତ ଭଲ ହୋଇଥାଏ। ଏହି ଦିନ ବିଭିନ୍ନ କାରଣରୁ ବ୍ରତ କରାଯାଇଥାଏ। କିଛି ଲୋକ ସନ୍ତାନ ପ୍ରାପ୍ତି ପାଇଁ ବ୍ରତ କରିଥାନ୍ତି ତ କିଛି ଲୋକ ଘରେ ସୁଖ, ଶାନ୍ତି ରହିବା ପାଇଁ ଏହି ବ୍ରତ କରିଥାନ୍ତି। ଆସୁଥିବା ଅସୁବିଧା ବା ବାଧାକୁ ଦୂର କରିବା ପାଇଁ ଶୁକ୍ରବାର ବ୍ରତ ଅନେକ ଲାଭକାରୀ ହୋଇଥାଏ।

ଏପରି କରନ୍ତୁ ମା ଦୁର୍ଗାଙ୍କ ପୂଜା

durga mataଶୁକ୍ରବାରଟି ମା ଦୁର୍ଗାଙ୍କ ଦିନ ହୋଇଥାଏ। ଏହି ଦିନ ମା ଦୁର୍ଗାଙ୍କ ପୂଜା କରିବା ଓ ମନ୍ତ୍ର ଜପ କରିବାର ବିଶେଷ ମହତ୍ବ ରହିଛି। ଶୁକ୍ରବାର ଦିନ ଆପଣ ‘ଓଁ ଶ୍ରୀ ଦୁର୍ଗାୟ ନମଃ’ ମନ୍ତ୍ର ଜପ କରି ଦିନର ଆରମ୍ଭ କରିପାରିବେ। ଏହି ମନ୍ତ୍ର ମା ଲକ୍ଷ୍ମୀ , ସରସ୍ବତୀ ଏବଂ କାଳୀ ତିନି ଶକ୍ତିଙ୍କ ଉପାସନା ପାଇଁ ହୋଇଥାଏ। ଦୁର୍ଗାଙ୍କ ପୂଜା କରିବା ପାଇଁ ପ୍ରଥମେ ମାତାଙ୍କ ଦୁର୍ଗାଙ୍କ ମୂର୍ତ୍ତିକୁ ଆାବାହନ କରନ୍ତୁ। ଏହା ପରେ ଦେବୀଙ୍କୁ ଜଳରେ ପଞ୍ଚାମୃତ ମିଶାଇ ସ୍ନାନ କରାନ୍ତୁ। ଏହା ପରେ ମାତାଙ୍କୁ ବସ୍ତ୍ର ଅର୍ପଣ କରି ଆସନରେ ବିରାଜମାନ କରାଇ ଅଳଙ୍କାର ଏବଂ ପୁଷ୍ପମାଳ ପିନ୍ଧାନ୍ତୁ। ଏହା ପରେ ମା ଙ୍କୁ ତିଲକ ଲଗାଇ ଆଳତି କରନ୍ତୁ। ମାତାଙ୍କ ପୂଜାରେ ଦୂବ ଅର୍ପଣ ନକରିବା ପାଇଁ ବିଶେଷ ରୂପେ ଧ୍ୟାନ ରଖିବେ। ମା ଙ୍କୁ ନାଲି ରଙ୍ଗର ଫୁଲରେ ପୂଜା କରନ୍ତୁ। ୧୧ ବା ୨୧ଟି ଚାଉଳ ମା ଙ୍କୁ ଅପଁର କରି ଘିଅ କିମ୍ବା ତେଲରେ ଦୀପ ଲଗାଇ ଆଳତି କରନ୍ତୁ। ଏହା ପରେ ପ୍ରସାଦ ଅର୍ପଣ କରନ୍ତୁ। ପୂଜାରେ ନିଶ୍ଚୟ ନଡ଼ିଆ ଭୋଗ ଲଗାନ୍ତୁ ଏବଂ ଏହି ପ୍ରସାଦକୁ ସମସ୍ତିଙ୍କୁ ବାଣ୍ଟିବା ସହିତ ନିଜେ ମଧ୍ୟ ସେବନ କରନ୍ତୁ।

ମା ଲକ୍ଷ୍ମୀଙ୍କ ପୂଜା ବିଧି

ma-laxmiଶୁକ୍ରବାର ଦିନ ଧନ ଏବଂ ସମ୍ପନ୍ନତାର ଦେବୀ ମା ଲକ୍ଷ୍ମୀଙ୍କର ମଧ୍ୟ ପୂଜା କରାଯାଇଥାଏ। ମା ଲକ୍ଷ୍ମୀଙ୍କ ପୂଜା ଧଳା ବା ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ କରି ପୂଜା କରିବା ଉଚିତ। ମାଙ୍କ ପୂଜା କରିବାର ଉପଯୁକ୍ତ ସମୟ ହେଉଛି ମଧ୍ୟରାତ୍ରି। ମା ଲକ୍ଷ୍ମୀ ପଦ୍ମ ପୁଷ୍ପ ଉପରେ ବସିଥିବାର ମୂର୍ତ୍ତି ପୂଜା କରିବା ଉଚିତ। କୁହାଯାଇଥାଏ ସ୍ପଟିକ ମାଳାରେ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରୁଥିବା ବ୍ୟକ୍ତି ପ୍ରଭାବଶାଳୀ ହୋଇଥାନ୍ତି। ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ବାରା ଅନେକ ଲାଭ ପ୍ରାପ୍ତି ହୋଇଥାଏ।

ମା ସନ୍ତୋଷୀଙ୍କ ପୂଜା ବିଧି

SantoshiMataଶୁକ୍ରବାର ଦିନ ମା ସନ୍ତୋଷୀଙ୍କ ପୂଜା କରାଯାଇଥାଏ। ଏହି ଦିନ ସୁଖ-ସୌଭାଗ୍ୟର ପ୍ରତୀକ ମା ସନ୍ତୋଷୀଙ୍କ ୧୬ ଶୁକ୍ରବାର ବ୍ରତ କରିବାର ମଧ୍ୟ ବିଧି ରହିଛି। ବ୍ରତ କରିବା ଦିନ ସୂର‌୍ୟ୍ୟୋଦୟ ପୂର୍ବରୁ ଉଠି ସ୍ନାନ କାର‌୍ୟ୍ୟ ସାରିବା ପରେ ଘରର କୌଣସି ପବିତ୍ର ସ୍ଥାନରେ ମା ସନ୍ତୋଷୀଙ୍କର ପ୍ରତିମା ସ୍ଥାପନା କରନ୍ତୁ। ତାଙ୍କ ସାମ୍ନାରେ ଜଳ ପୂର୍ଣ୍ନ କଳସ ରଖନ୍ତୁ ଏବଂ ଏହା ଉପରେ ଗୁଡ଼ ଓ ଚଣାରେ ଭର୍ତ୍ତି କରି ଏକ ପାତ୍ର ରଖନ୍ତୁ। ମା ଙ୍କୁ ନାଲି ରଙ୍ଗର ବସ୍ତ୍ର ପରିଧାନ କରି ଫୁଲ, ଫଳ ଅର୍ପଣ କରନ୍ତୁ। ଏହା ପରେ ଦେବୀଙ୍କ ପାଖରେ ଗୁଡ଼ ଓ ଚଣା ଭୋଗ ଲଗାଇ ମା ସନ୍ତୋଷୀଙ୍କ କଥା ପାଠ କରନ୍ତୁ। ପୂଜା ଶେଷ ହେବା ପରେ ସେହି ପ୍ରସାଦକୁ ନିଜ ହାତରେ ଗାଇଙ୍କୁ ଖୁଆନ୍ତୁ। କଳସ ଉପରେ ରଖାଯାଇଥିବା ଚଣା,ଗୁଡ଼କୁ ସମସ୍ତଙ୍କୁ ବାଣ୍ଟନ୍ତୁ ଏବଂ କଳସରେ ଥିବା ଜଳକୁ ଘରର ସମସ୍ତ ଜାଗାରେ ଛିଞ୍ଚନ୍ତୁ। ଏହି ବ୍ରତ ପାଳନ କରୁଥିବା ଲୋକମାନେ କେବେବି ଖଟା ଜିନିଷ ଛୁଇଁବେ ନାହିଁ ଏବଂ ଖଟା ସେବନ ନକରିବା ଉପରେ ବିଶେଷ ଧ୍ୟାନ ରଖିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.