ଶାଶୁର ମୃତ୍ୟୁରେ ଖୁସି ଥିଲା ବୋହୂ, ଏହା ଦେଖି ପୁଅ କଲା କିଛି ଏମିତି ଯାହାକୁ ଦେଖି ପୋଲିସ ହୋଇଗଲେ ଆଶ୍ଚର୍ଯ୍ୟ

ପଶ୍ଚିମ ମହାରାଷ୍ଟ୍ର କୋଲ୍ହାପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ସ୍ତ୍ରୀଙ୍କୁ ଏଥିପାଇଁ ହତ୍ୟା କରିଦେଲେ କାରଣ ତାଙ୍କୁ ଲାଗିଲା ଯେ ସେ ତାଙ୍କ ମା’ର ମୃତ୍ୟୁରେ ଖୁସି ଅଛି।

ଆଜ୍ଞା ହଁ, ସ୍ବାମୀଙ୍କୁ ଏତେ କ୍ରୋଧ ଆସିଲା ଯେ ସେ ନିଜ ସ୍ତ୍ରୀଙ୍କୁ ମୃତ୍ୟୁର ଦ୍ବାରକୁ ପହଁଚାଇଦେଲେ। ପୋଲିସ କହିଲେ ଯେ ଆମକୁ ଲାଗୁଥିଲା ଯେ ଅଭିଯୁକ୍ତ ସ୍ବାମୀ ସନ୍ଦୀପ ଲୋଖଣ୍ଡେଙ୍କ ସ୍ତ୍ରୀ ଶୁଭାଙ୍ଗୀ ଲୋଖଣ୍ଡେ ଶାଶୂ ମାଳତୀ ଲୋଖଣ୍ଡେଙ୍କ ମୃତ୍ୟୁର ଦୁଃଖରେ ନିଜ ଜୀବନ ଦେଇଦେଇଛନ୍ତି। କିନ୍ତୁ ଏକ ଅଧିକାରୀ ସୂଚନା ଦେଲେ ଯେ ଯାଞ୍ଚ କରିବା ପରେ ଜଣାପଡିଲା ଯେ ଶୁଭାଙ୍ଗୀଙ୍କ ମୃତ୍ୟୁ ତାଙ୍କ ସ୍ବାମୀ କରିଛନ୍ତି। କାରଣ ଶୁଭାଙ୍ଗୀ ତାଙ୍କ ଶାଶୂଙ୍କ ମୃତ୍ୟୁରେ ଖୁସି ମନାଉଥିଲେ। ଏହି କଥାରେ କ୍ରୋଧିତ ହୋଇ ସନ୍ଦୀପ ତାଙ୍କ ଘର ବାଲକୋନିରୁ ତାଙ୍କ ସ୍ତ୍ରୀକୁ ତଳକୁ ଠେଲିଦେଲେ।

policeସନ୍ଦୀପ ଏବେ ପୋଲିସ ହେପାଜତରେ ଅଛନ୍ତି ଏବଂ ସେ ତାଙ୍କର ଅପରାଧକୁ ମାନି ନେଇଛନ୍ତି। ପୋଲିସର କହିବାନୁଯାୟୀ ଖବର ଶୁଣିବାକୁ ମିଳୁଥିଲା ଯେ ଶୁଭାଙ୍ଗୀ ନିଜ ଶାଶୁଙ୍କ ମୃତ୍ୟୁରେ ଦୁଃଖିତ ହୋଇ ଶୁଭାଙ୍ଗୀ ଆତ୍ମହତ୍ୟା କରିଥିଲେ। କିନ୍ତୁ ପରେ ଏହି ମାମଲା ପୋଲିସକୁ ହସ୍ତାନ୍ତର କରିବା ପରେ ସତ ଜଣାପଡିଥିଲା।

ସନ୍ଦୀପ ନିଜର ଅପରାଧକୁ ମାନି କହିଲେ ଯେ ତାଙ୍କର ମା’ଙ୍କ ମୃତ୍ୟୁରେ ସ୍ତ୍ରୀ ବହୁତ ଖୁସି ଥିଲେ, ଏହା ଦେଖି ତାଙ୍କୁ କ୍ରୋଧ ଆସିଥିଲା। ଯେଉଁ କାରଣରୁ ସେ ତାଙ୍କ ସ୍ତ୍ରୀଙ୍କୁ ସେହି ଦିନ ହିଁ ହତ୍ୟା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.