ବେଟି ବଚାଓ ବେଟି ପଢାଓ : ଝାଡୁଦାରଙ୍କ ଝିଅ ପୋଲିସ ମ୍ୟାମ୍‌

କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ଥିଲେ କିଛିବି କାମ ଅସାଧ୍ୟ ନୁହେଁ । ମନଧ୍ୟାନ ଦେଇ ନିଷ୍ଠାର ସହ ଯେକୌଣସି କାମ କରାଯାଏ ତାହା ଦନେ ନା ଦିନେ ସଫଳ ହୁଏ ବୋଲି ଶାସ୍ତ୍ରରେ ଲେଖା ଅଛି । ଆଉ ଶାସ୍ତ୍ର ବର୍ଣ୍ଣିତ ଏହି ଉକ୍ତିଟି ଅନେକ ସ୍ଥାନରେ ସତ ବୋଲି ପ୍ରମାଣିତ ହୋଇଛି । ଠିକ୍‌ ଯେମିତି ପୁର୍ଣ୍ଣିୟାର ଜଣେ ସଫେଇ କର୍ମଚାରୀଙ୍କ ଝିଅ ପୁଷ୍ପାଙ୍କ କ୍ଷେତ୍ରରେ । ଦିନ ରାତି ପରିଶ୍ରମ କରି ବିହାର ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସମାଜରେ ଏକ ଉଦାହାରଣ ହୋଇପାରିଛନ୍ତି ।

ପୁର୍ଣ୍ଣିୟା ଜଂକ୍ସନ ଷ୍ଟେସନରେ ସଫେଇ କର୍ମଚାରୀ ଭାବେ କଯ୍ୟର୍ରତ ସୁବୋଧ ମେହତରଙ୍କ ଝିଅ ପୁଷ୍ପାକୁମାରୀ ପୋଲିସ୍‌ ଚାକିରି ବିହାର ପବ୍ଲିକ ସର୍ଭିସ କମିଶନରେ ଆବେଦନ କରିଥିଲେ । ଏହି ପରୀକ୍ଷାରେ ସଫଳତା ଅର୍ଜନ କରିବା ସହ ବି.ପି.ଏସ.ସି ୬୩ବି ଓ ୬୪ବି ର ପିଟି ପରୀକ୍ଷାରେ ଲଗାତର ସଫଳ ହୋଇଛନ୍ତି । ପୁଷ୍ପାଙ୍କ ଏହି ସଫଳତାରେ ତାଙ୍କ ପରିବାର ଲୋକ ବହୁତ ଖୁସି । ସାହି ପଡ଼ିଶା ଓ ରେଳ କର୍ମୀଙ୍କର ମଧ୍ୟ ଖୁସିରେ ସୀମା ନାହିଁ ।

ବାପା ମା ଓ ଗୁରୁଙ୍କ ଆଶୀର୍ବାଦରୁ ଆଜି ଏତେ ବାଟ ପହଞ୍ଚି ପାରିଛି । ବାପାଙ୍କ ସ୍ୱଳ୍ପ ରୋଜଗାର ସତ୍ତ୍ୱେ ମଧ୍ୟ ସେ ସବୁ ବେଳେ ମୋତେ ପ୍ରେରଣା ଦେଇ ମନୋବଳ ବଢ଼ାଇଥିଲେ ବୋଲି ପୁଷ୍ପା କହିଛନ୍ତି । ଆଗକୁ ପଢା ଜାରି ରଖି ବି.ପି.ଏସ.ସି ରେ ପୂର୍ଣ୍ଣ ସଫଳତା ଆଣିବା ସହ ଦେଶ ଓ ସମାଜର ସେବା କରିବେି ବୋଲି କହିଛନ୍ତି ପୁଷ୍ପା ।

ପୁଷ୍ପାଙ୍କ ମା ଗୀତା ଦେବୀ କହିଛନ୍ତି, ତାଙ୍କ ଝିଅ ତାଙ୍କର ଗୌରବ ବଢ଼ାଇଛନ୍ତି । ବହୁତ ସଂଘର୍ଷ ପରେ ଏହି ସଫଳତା ଆମକୁ ଖୁସି ଆଣିଦେଇଛି । ସେହିଭଳି ପୁଷ୍ପାଙ୍କ ବାପା ସୁବୋଧ ମେହତର କହିଛନ୍ତି ସରକାରଙ୍କ ଯେଉଁ ନାରା ଥିଲା ବେଟି ବଚାଓ ବେଟି ପଢାଓ ,ଏହାକୁ ମୂଳମନ୍ତ୍ର କରି ମୁଁ କେବେ ପୁଅ ଓ ଝିଅଙ୍କ ମଧ୍ୟରେ ପାତର ଅନ୍ତର କରିନାହିଁ । ମୋର ସୀମିତ ଆୟ ଥିଲେ ମଧ୍ୟ ମୁଁ ମୋ ପୁଅ ଝିଅଙ୍କ ପଢାରେ କେବେବି ଅବହେଳା କରିନାହିଁ । ଯାହାର ପରିଣାମ ସ୍ୱରୂପ ଆଜି ମୋ ଝିଅ ପୋଲିସ୍‌ ଚାକିରି ପାଇ ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.