Below header

ଭୁବନେଶ୍ବରରେ ଜିଲ୍ଲାପାଳମାନଙ୍କ ଦିନିକିଆ ସମ୍ମିଳନୀ: ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଭିତ୍ତିରେ ଫୋକସ

ମୋ ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନାର ଅଗ୍ରଗତି, ଜିଲ୍ଲାସ୍ତରରେ ଦକ୍ଷତା ବିକାଶ ଓ ପାଣିପାଗ ନେଇ କୃଷି ସଂପର୍କିତ କଣ୍ଟିଜେନ୍ ସି ପ୍ଲାନ ନେଇ ଆଲୋଚନା ହୋଇଛି।

କେନ୍ୟୁଜ୍(ବ୍ୟୁରୋ):  ଜିଲ୍ଲାପାଳ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଭିତ୍ତିରେ ଫୋକସ। ଭୁବନେଶ୍ବର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ। ଏଥିରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ, ବ୍ୟାଙ୍କିଂ ଶାଖା ଖୋଲିବା, ମୋ ଘର ଓ ଗ୍ରାମୀଣ ଗୃହ ଯୋଜନା ନେଇ ସମୀକ୍ଷା ହୋଇଛି। ମୋ ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନାର ଅଗ୍ରଗତି, ଜିଲ୍ଲାସ୍ତରରେ ଦକ୍ଷତା ବିକାଶ ଓ ପାଣିପାଗ ନେଇ କୃଷି ସଂପର୍କିତ କଣ୍ଟିଜେନ୍ ସି ପ୍ଲାନ ନେଇ ଆଲୋଚନା ହୋଇଛି। ଉନ୍ନୟନ କମିସନର ଅନୁ ଗର୍ଗ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ମୁଖ୍ଯ ସଚିବ, ପ୍ରମୁଖ ସଚିବଙ୍କ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.