ରାଜୌରିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ଆତଙ୍କବାଦୀର ମୃତ୍ୟୁ, ଜଣେ ଯବାନ ସହିଦ

ଜମ୍ମୁର ରାଜୌରି ଜିଲ୍ଲାର ନର୍ଲା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ସେନାର ଜଣେ ଯବାନ ସହିଦ ହେବା ସହ ଦୁଇ ଜଣ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି।

ଜମ୍ମୁ: ଜମ୍ମୁର ରାଜୌରି ଜିଲ୍ଲାର ନର୍ଲା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ସେନାର ଜଣେ ଯବାନ ସହିଦ ହେବା ସହ ଦୁଇ ଜଣ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ସେନାର ତାଲିମପ୍ରାପ୍ତ କୁକୁର କେଣ୍ଟର ମଧ୍ୟ ମୃତ୍ୟୁ ହୋଇଛି। ଆହୁରି ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିଛି। ଏବେ ବି ଜୋରଦାର ଏନକାଉଣ୍ଟର ଜାରି ରହିଛି।

ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ଏକ ଗାଁରେ ମଙ୍ଗଳବାର ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଏକ ଟିମ୍ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ସେନା ପକ୍ଷରୁ ଅଂଚଳକୁ ଘେରାଉ କରାଯାଇଥିଲା ।

ଏନକାଉଣ୍ଟରରେ ପ୍ରଥମେ ଜଣେ ଯବାନ ଆହତ ହୋଇଥିବା ବେଳେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଥିଲା । ଏହା ପୂର୍ବରୁ ସୋମବାର ସନ୍ଧ୍ୟାରେ ମଧ୍ୟ ସୁରକ୍ଷା ବାହିନୀ ପଟାଡାର ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଆଣ୍ଡ କର୍ଡନ ଅପରେସନ ଆରମ୍ଭ କରିବା ସହ କିଛି ରାଉଣ୍ଡ ଗୁଳି ଚଳାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.