Below header

ଝାରସୁଗୁଡ଼ା : ମରିଗଲାଣି ମାନବିକତା, ଡାକ୍ତରଖାନା ବାରଣ୍ଡାରେ ଦୀର୍ଘ ତିନିଦିନ ଧରି ପଡ଼ିରହିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ଝାରସୁଗୁଡ଼ା(କେନ୍ୟୁଜ୍): ମରିଗଲାଣି ମାନବିକତା । ତିନିଦିନ ଧରି ଡାକ୍ତରଖାନା ବାରଣ୍ଡାରେ ପଡ଼ିରହିଲା ଅଜଣା ବ୍ୟକ୍ତିର ଗଳିତ ମୃତଦେହ। ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଦୀର୍ଘ ତିନିଦିନ ଧରି ଅଜଣା ବ୍ୟକ୍ତିର ଗଳିତ ମୃତଦେହ ଡାକ୍ତରଖାନା ବାରଣ୍ଡାରେ ପଡ଼ିରହିଛି । ଡାକ୍ତରଖାନା କର୍ତ୍ତୃପକ୍ଷ, କର୍ମଚାରୀ ଏବଂ ଅନ୍ତେବାସୀ ଶବ କଡ଼ରେ ଯିବା ଆସିବା କରୁଥିଲେ ମଧ୍ୟ ଏହାକୁ ଅଣଦେଖା କରି ଉଠାଉନଥିବା ଦେଖିବାକୁ ମିଳିଛି । ତେବେ ଘଟଣା ସଂପର୍କରେ ସିଡିଏମଙ୍କୁ ପଚାରିବାରୁ ସେ ଏହି ବିଷୟରେ ଜାଣିନଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.