ଘରେ ଗୋଟିଏ ପଙ୍ଖା ଆଉ ଗୋଟିଏ ବଲ୍‌ବ, ହେଲେ ବିଲ୍ ଆସିଛି ୧୨୮ କୋଟି

ଘରେ ଗୋଟିଏ ପଙ୍ଖା ଆଉ ଗୋଟିଏ ବଲ୍‌ବ । ହେଲେ ବିଲ୍ ୧୨୮ କୋଟି । ବିଜୁଳିର ଏହି ଶକ୍ତ ଝଟକା ଲାଗିଛି ଉତ୍ତରପ୍ରଦେଶର ଗୋଟିଏ ଗରିବ ପରିବାରକୁ । ବିଜୁଳି ବିଭାଗର ଏହି ବେପରୱା ମନୋଭାବ ଏବେ ସାରା ଦେଶକୁ ସ୍ତବ୍ଧ କରିଛି । ଜଣେ ଗରିବ ବୃଦ୍ଧଙ୍କୁ ୟୁପି ବିଜୁଳି ବିଭାଗ ଧରାଇଦେଇଛି ୧,୨୮,୪୫,୯୫,୪୪୪. ଟଙ୍କାର ବିଜୁଳି ବିଲ୍ । ବ୍ୟକ୍ତି ଜଣକ ହେଉଛନ୍ତି ହାପୁଡ ଜିଲ୍ଲାର ଶମିମ୍ ।

ବିଲ୍ ଧରି ସାହାଯ୍ୟ ପାଇଁ ବିଜୁଳି ବିଭାଗର ଅଧିକାରୀଙ୍କ କାର୍ଯ୍ୟାଳୟର ଚକ୍କର କାଟୁଛନ୍ତି ଶମିମ୍ । କିନ୍ତୁ କେହି ତାଙ୍କ ଗୁହାରୀ ଶୁଣୁ ନାହାନ୍ତି । ଏପରିକି ବିଲ୍ ଦେଇନଥିବାରୁ ଶମିମଙ୍କ ଘରର ବିଜୁଳି କନେକ୍ସନ୍ କାଟି ଦିଆଯାଇଛି । କୌଣସି ବି ଅଧିକାରୀ ଶମିମଙ୍କ ଅଭିଯୋଗକୁ ଧ୍ୟାନ ଦେଉ ନାହାନ୍ତି । ବରଂ କହୁଛନ୍ତି ଯେ ପର୍ଯ୍ୟନ୍ତ ବିଲ୍ ନଦେବ ସେ ପର୍ଯ୍ୟନ୍ତ ଘରକୁ କନେକ୍ସନ୍ ଦିଆଯିବ ନାହିଁ ।

ଅନ୍ୟପଟେ ନିଜ ଭୁଲ୍ ମାନିବାକୁ ନାରାଜ ବିଜୁଳି ଭାଗ । ବାରମ୍ବାର ପଚରିବାରୁ ଅତି ସହଜରେ ଏହା ଟେକନିକାଲ୍ ସମସ୍ୟା ହୋଇଥାଇ ପାରେ କହି ନିଜ ଉପରୁ ଦୋଷ ଛଡାଇ ଦେଇଛି ୟୁପି ବିଜୁଳି ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.