Below header

ବିଜେପିର ବରିଷ୍ଠ ନେତା ମାଙ୍ଗେ ରାମ ଗର୍ଗଙ୍କ ପରଲୋକ, ପାର୍ଥିବ ଶରୀର ମେଡିକାଲକୁ କରାଯିବ ଦାନ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟୀର ବରିଷ୍ଠ ନେତା ତଥା ଦିଲ୍ଲୀ ଭାଜପାର ପୂର୍ବ ଅଧ୍ୟକ୍ଷ ମାଙ୍ଗେ ରାମମ ଗର୍ଗଙ୍କର ଆଜି ପରଲୋକ ହୋଯାଇଛି। ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ୨୦୦୩ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଗତ କିଛି ଦିନ ହେବ ମେଡିକାଲରେ ଚିକିତ୍ସିତ ହେଉଥିଲେ।

ଦିଲ୍ଲୀର ଆକ୍ସନ ବାଲାଜୀ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଉଥିଲା। ଆଜି ସକାଳ ୭.୩୦ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଶେଷ ଦର୍ଶନ ପାଇଁ ତାଙ୍କୁ ନିଜ ବାସଭବନରେ ରଖାଯିବ। ସେଠାରେ ୧୧.୩୦ ପର୍ଯ୍ୟନ୍ତ ପାର୍ଥିବ ଶରୀରକୁ ରଖା ଯିବ। ମାଙ୍ଗେରାମ ନିଜ ଶରୀରକୁ ଦାନ ଦେବା ପାଇଁ ସଂକଳ୍ପ କରିଥିଲେ। ପ୍ରାୟ ୧ଟା ବେଳେ ତାଙ୍କର ପାର୍ଥୀବ ଶରୀରକୁ ମେଡିକାଲକୁ ଦାନ କରିଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.