ଆମେରିକାରେ ଇମରାନଙ୍କୁ ଅନ୍ତରାଷ୍ଟ୍ରୀୟ ଅପମାନ, ମେଟ୍ରୋରେ ବସି ପହଂଚିଲେ ହୋଟେଲ୍

ଆମେରିକାରେ ଅପମାନିତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଟ୍ରମ୍ପଙ୍କ ସହ ସାକ୍ଷାତ ପାଇଁ ଏୟାରପୋର୍ଟରେ ପହଂଚିଥିବା ଇମରାନଙ୍କୁ ଲୋକଲଜ୍ଜାର ସାମ୍ନା କରିବାକୁ ପଡିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଆମେରିକାର କୌଣସି ଉଚ୍ଚସ୍ତରୀୟ ଅଧିକାରୀ ଏୟାରପୋର୍ଟକୁ ଯାଇନଥିଲେ । ତେଣୁ ବାଧ୍ୟ ହୋଇ ମେଟ୍ରୋରେ ବସି ହୋଟେଲରେ ପହଂଚିଥିଲେ ଇମରାନ୍ । କେବଳ ପାକ୍ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେଶୀ ଆମେରିକାରେ ରହୁଥିବା କିଛି ପାକିସ୍ତାନୀଙ୍କୁ ନେଇ ଏୟାରପୋର୍ଟ ଯାଇଥିଲେ । ତିନି ଆମେରିକା ଗସ୍ତରେ ଅଛନ୍ତି ଇମରାନ୍ । ହେଲେ ପ୍ରଥମ ଦିନରୁ ହିଁ ଇମରାନଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଛି ।

ଅନ୍ୟପଟେ ଦେଶର ମୁଖିଆ ହୋଇ ମଧ୍ୟ କୌଣସି ଚାଟାର୍ଡ ବିମାନରେ ନଯାଇ କତ୍ତର ଏୟାରୱେଜ ଫ୍ଲାଇଟରେ ଆମେରିକା ଯାଇଛନ୍ତି କ୍ରିକେଟରରୁ ରାଜନେତା ବନିଥିବା ୬୬ ବର୍ଷୀୟ ଇମରାନ୍ । ଯାହାର ପ୍ରମୁଖ କାରଣ ହେଉଛି ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.