Below header

ସରୁନି କର୍ଣ୍ଣାଟକ ନାଟକ, ଆସ୍ଥାଭୋଟ ପୂର୍ବରୁ ଆଜି କର୍ଣ୍ଣାଟକ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଆସ୍ଥାଭୋଟ ପୂର୍ବରୁ ଆଜି କର୍ଣ୍ଣାଟକ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ। ବିଦ୍ରୋହୀ ବିଧାୟକଙ୍କୁ ନେଇ ସୁପ୍ରିମ କୋର୍ଟଙ୍କ ରାୟ ପରେ ପରବର୍ତ୍ତୀ ରଣନୀତି ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ସମ୍ବିଧାନର ୧୦ମ ଧାରାରେ ଦଳୀୟ ବିଧାୟକଙ୍କୁ ହ୍ଵିପ ନେଇ ଆଲୋଚନା ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱରେ ଏହି ବୈଠକ ବସିବ। ଏଥିରେ କଂଗ୍ରେସର ସମସ୍ତ ବିଧାୟକ ଯୋଗ ଦେବେ। ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ରାମଲିଙ୍ଗା ରେଡ୍ଡି ଜେଡିଏସ ମୁଖ୍ୟ ଏଚଡି ଦେବେଗୌଡ଼ାଙ୍କୁ ସାକ୍ଷାତ କରି କର୍ଣ୍ଣାଟକ ରାଜନୀତି ନେଇ ଆଲୋଚନା କରିଛନ୍ତି। ସେପଟେ ବୈଠକ ପୂର୍ବରୁ ବିଜେପି ସାଂସଦ ଶୋଭା କରନ୍ଦଲାଜେଙ୍କ ବିରୋଧରେ ଘୋଡ଼ାବେପାର ଅଭିଯୋଗ ଆଣିଛନ୍ତି କେପିସିସି ଅଧ୍ୟକ୍ଷ ଈଶ୍ୱର ଖଣ୍ଡେ। ଶୋଭା ଅର୍ଥର ପ୍ରଲୋଭନ ଦେଇ ବିଦର ବିଧାୟକ ରଶିଦ ଖାନଙ୍କୁ ବିଜେପିରେ ସାମିଲ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.