ଉଦଳା: ମେଡିକାଲ ପରିସରରେ ମଦୁଆଙ୍କ ଉତ୍ପାତ; ଡାକ୍ତର ଓ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼, ବ୍ୟାପକ ଭଙ୍ଗାରୁଜା

ଉଦଳା(କେନ୍ୟୁଜ୍): ଉଦଳା ଡାକ୍ତରଖାନାରେ ନିଶାସକ୍ତ ଆହତ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଡାକ୍ତର ଓ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ ମାରିବା ସହ ଡାକ୍ତରଖାନା ପରିସରରେ ବ୍ୟାପକ ଭଙ୍ଗାରୁଜା । ବିଳମ୍ବିତ ରାତିରେ ଦୁର୍ଘଟଣାରେ ଆହତ ହୋଇ ତିନିଜଣ ଯୁବକ ଡାକ୍ତରଖାନା ଆସିବା ପରେ ନାଇଟ ଡ୍ୟୁଟିରେ ଥିବା ଡାକ୍ତର ସେମାନଙ୍କୁ ଚିକିତ୍ସା କରିଥିଲେ। କିନ୍ତୁ ତିନିଜଣ ଯୁବକ ହଠାତ ଉତ୍ତ୍ୟକ୍ତ ହୋଇପଡ଼ି ଡାକ୍ତରଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ଆଉଟଡୋରରେ ଥିବା ଟେବୁଲ, ଚେୟାର ଭାଙ୍ଗିବା ସହ କାଚ କବାଟକୁ ମଧ୍ୟ ଭାଙ୍ଗିଥିଲେ। ୨ଜଣ ସିକ୍ୟୁରିଟି ଗାର୍ଡ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାକୁ ୩ ନିଶାସକ୍ତ ଯୁବକ ସେମାନଙ୍କୁ ମଧ୍ୟ ମାଡ଼ ମାରି ଗୁରୁତର କରି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣ ଯୁବକଙ୍କୁ ଥାନାକୁ ନେଇ ଅଟକ ରଖିଛି। ବ୍ୟାପକ ଭଙ୍ଗାରୁଜା ଓ ଡାକ୍ତରଙ୍କୁ ମାଡ଼ ପରେ ଡାକ୍ତରଖାନା ଆଗରେ ଆନ୍ଦୋଳନରେ ବସିଛନ୍ତି ଡାକ୍ତର ଓ କର୍ମଚାରୀ। ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.