Below header

ତେନ୍ତୁଳି ଗଛରେ ଆତ୍ମହତ୍ୟା କଲେ ୧୫ ବର୍ଷର ଝିଅ ମାଫିକା

ମୋହନା(କେନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ଥାନା ଡେଙ୍ଗାସର୍ଗି ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ତେନ୍ତୁଳି ଗଛରୁ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ସେହି ଗ୍ରାମର ତ୍ରିନାଥ ମଲ୍ଲିକଙ୍କ ୧୫ ବର୍ଷର ଝିଅ ମାଫିକା ମଲ୍ଲିକ। ଗତକାଲି ସନ୍ଧ୍ୟାରୁ ମାଫିକା ଘରୁ ନିଖୋଜ ଥିବା ବେଳେ ଆଜି ପରିବାର ଲୋକ ତାଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି। ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରବିା ସହ ଶବ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର MKCG ମେଡିକାଲ ପଠାଇଛନ୍ତି। ସୂଚନା ମୁତାବକ ମାଫିକା କିଛି ମାସର ଗର୍ଭବତୀ ଥିବା ସନ୍ଦେହ କରାଯାଉଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.