ସରକାରଙ୍କ ଘୋଷଣା: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପରୀକ୍ଷାକୁ ଛାଡି ସମସ୍ତ ସ୍କୁଲ-କଲେଜ ସହିତ ବନ୍ଦ ରହିବ ସିନେମା ହଲ

ଭୁବନେଶ୍ବର: କରୋନା ଚଳିତ ଶତାବ୍ଦୀର ସବୁଠୁ ବଡ଼ ଆହ୍ଵାନ । ଏହା ବିକଶିତ-ଅନୁନ୍ନତ ରାଷ୍ଟ୍ର କିମ୍ବା ଧନୀ-ଗରିବଙ୍କ ମଧ୍ୟରେ କିଛି ଫରକ ଦେଖେନି । କରୋନାକୁ ରାଜ୍ୟ ସରକାର ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହା ଘୋଷଣା ହୋଇଛି । କ୍ୟାବିନେଟ ବୈଠକ ପରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବିବୃତ୍ତି ରଖିଛନ୍ତି । କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି ।

ଜାଣନ୍ତୁ କ୍ୟାବିନେଟ ବୈଠକରେ କରୋନା ମୁକାବିଲା ପାଇଁ କେଉଁ ଦିଗରେ ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି :

ପରୀକ୍ଷାକୁ ଛାଡି ସବୁ ସ୍କୁଲ, କଲେଜ ଆସନ୍ତା ୩୧ ତାରିଖ ଯାଏ ବନ୍ଦ ରହିବ ।

-ସିନେମା ହଲ ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ।

-ସୁଇମିଂ ପୁଲ ଓ ଜିମ୍‌ ବନ୍ଦ ରଖିବାକୁ କୁହାଯାଇଛି ।

-ସଭା ସମିତି ଓ ଭିଡ଼ ଉପରେ କଟକଣା ଜାରି ହେବ ।

-ଏପିଡେମିକ ଡିଜିଜ ଆକ୍ଟ-୧୮୯୭ ଅନୁସାରେ କଟକଣା ଲାଗୁ କରାଯାଇଛି ।

-ବିବାହ,ବ୍ରତ,ଧାର୍ମିକ ଅନୁଷ୍ଠାନରେ ଭିଡ ଓ ସେମିନାର କାର୍ଯ୍ୟକ୍ରମରେ ମଧ୍ୟ କଟକଣା ଲାଗିବ ।

-ବାହାଘର ପାର୍ଟିକୁ ନିୟନ୍ତ୍ରଣ କରିବେ ସ୍ଥାନୀୟ ଅଧିକାରୀ ।

– ବାହାରେ ପାନଛେପ ପକାଇବାକୁ ମନା ।

-କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓ ଏହାର ନିର୍ଦ୍ଦେଶାଳୟ, ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଆବଶ୍ୟକ ଔଷଧ ଓ ସରଞ୍ଜାମ କିଣିବାକୁ କୁହାଯାଇଛି ।

-ରାଜ୍ୟରେ କରୋନା ପରିସ୍ଥିତିର ସମୀକ୍ଷା ପାଇଁ କ୍ଷମତାସଂପନ୍ନ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଛି ।

-ସେହିପରି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସଚିବ ସ୍ତରୀୟ କମିଟି ମଧ୍ୟ ଗଠନ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.