Below header

ଏକ ରହସ୍ୟମୟ ସହର ‘ପ୍ଲେସ ଅଫ୍‌ ଗଡ’: ଯାହାର ବର୍ଣ୍ଣନା ବିଷୟରେ କୌଣସି ପୁସ୍ତକ କିମ୍ବା ଇତିହାସରେ ନାହିଁ

ଦୁନିଆରେ ଅନେକ ଏପରି ରହସ୍ୟମୟ ସ୍ଥାନ ରହିଛି, ଯାହା ବିଷୟରେ ଆଜି ପର୍ଯ୍ୟନ୍ତ କେହି ବି ଜାଣିପାରିନାହାନ୍ତି। ଏହାର ରହସ୍ୟ ଉନ୍ମୋଚନ କରିବା ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଇଛି। ବୈଜ୍ଞାନିକ ହେଉ ଅବା ବିଶେଷଜ୍ଞ ଯେତେ ଥର ହେଉ ତା’ର ରହସ୍ୟକୁ ଉନ୍ମୋଚନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସତ୍ୟତା ଜାଣିପାରିନାହାନ୍ତି। ଏପରି ଏକ ରହସ୍ୟ ମେସ୍କିକୋରେ ରହିଛି, ଯାହାକୁ ‘ପ୍ଲେସ ଅଫ୍‌ ଗଡ’ ଅର୍ଥାତ୍‌ ଭଗବାନଙ୍କ ସ୍ଥାନ ନାମରେ ପରିଚିତ। ଏହି ଜାଗା ନିଜ ମଧ୍ୟରେ ରହସ୍ୟ ହୋଇ ରହିଛି।

Teotihuacán

ଏହି ସ୍ଥାନକୁ ଟିୟାଟିହୁଆକନ ସହର ନାମରେ ଜଣାଶୁଣା। ଏହି ସହରରେ ଅନେକ ସଂଖ୍ୟାରେ ପିରାମିଡ ରହିଛି। ୧୪ଶ ଶତାବ୍ଦୀରେ ଏହି ଜାଗାକୁ ଏଜଟେକ୍ସ ସାମ୍ରାଜ୍ୟର ଲୋକ ସନ୍ଧାନ କରି ପାଇଥିଲେ। ସେବେଠାରୁ ଏହାର ନାମ ଟିୟାଟିହୁଆକନ ନାମରେ ପରିଚିତ। ଏହାପୂର୍ବରୁ ଏହି ସ୍ଥାନର କୌଣସି ନାମ ନଥିଲା।

22

ଏହି ସହର ଆପେ ଆପେ ରହସ୍ୟମୟ ଭାବେ ପ୍ରକଟ ହୋଇଥିଲା। ଏହି ସ୍ଥାନ ଏପର୍ଯ୍ୟନ୍ତ ମଧ୍ୟ ରହସ୍ୟ ଘେରରେ ରହିଛି। ଏହି ସହର କିଏ, କେତେ ବେଳେ ଏବଂ କ’ଣ ପାଇଁ ନିର୍ମାଣ କରାଯାଇଥିଲା, ତାହା ବିଷୟରେ ଆଜି ପର୍ଯ୍ୟନ୍ତ କାହାକୁ ମଧ୍ୟ ଜଣାନାହିଁ। ଏହି ସ୍ଥାନ ବିଷୟରେ କୌଣସି ପୁସ୍ତକ କିମ୍ବା ଇତିହାସରେ ମଧ୍ୟ ବର୍ଣ୍ଣନା ହୋଇନାହିଁ।

Teotihu

ଅନୁମାନ ମୁତାବକ, ଏହି ରହସ୍ୟମୟ ସହରରେ ୨୫ ହଜାର ଲୋକ ରହୁଥିଲେ, ଯାହା ବହୁତ ବଡ ଅଞ୍ଚଳରେ ପରିବ୍ୟାପ୍ତ। ଏହି ସହରର ନିର୍ମାଣ ସହରୀ ଗ୍ରୀଡ ପ୍ରଣାଳୀରେ ହୋଇଥିଲା। ଯେପରି ଆମେରିକା ନ୍ୟୁୟର୍କ ସହର। ଏଠିକାର ଏକ ସ୍ଥାନରେ ପିରାମିଡ ଭିତରେ ଅନେକ ମଣିଷ ଅସ୍ଥି ମିଳିଛି। ଯାହା ଏହି ସ୍ଥାନକୁ ଆହୁରି ରହସ୍ୟ କରୁଛି। କୁହାଯାଏ, ଏଠାରେ ମଣିଷମାନଙ୍କୁ ବଳି ଦିଆଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.