ମିଡିଆକୁ ଦେଖି ପେପର୍‌ରେ ମୁହଁ ଲୁଚାଇ ଦେଲେ ଟ୍ଵିଙ୍କିଲ୍‌ ଖାନ୍ନା, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ବଲିଉଡ୍‌ ଅଭିନେତ୍ରୀ ତଥା ଅକ୍ଷୟ କୁମାରଙ୍କ ସ୍ତ୍ରୀ ଟ୍ଵିଙ୍କିଲ୍‌ ଖାନ୍ନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଟ୍ଵିଙ୍କିଲ୍‌ ଏକ ପେପର୍‌ରେ ନିଜ ମୁହଁ ଲୁଚାଉଥିବା ନଜର ଆସୁଛନ୍ତି। ଅଭିନେତ୍ରୀ ଜଣକ କୌଣସି ଏକ କାଯ୍ୟର୍କ୍ରମରୁ ଫେରୁଥିବା ବେଳେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ଉଠାଇବାରେ ଲାଗି ଯାଇଥିଲେ। ଆଉ ଟ୍ଵିଙ୍କିଲ ପେପର୍‌ରେ ମୁହଁ ଲୁଚାଇ ଲୁଚାଇ ଗାଡ଼ିରେ ଯାଇ ବସି ପଡ଼ିଥିଲେ। ଭିଡିଓକୁ ଭାଇରାଲ ଭୟାନୀଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଛି।

 

View this post on Instagram

 

The next thing people will do after we run out of masks:) Me? I am rocking a unibrow for something new- Wait for the big reveal 😂

A post shared by Twinkle Khanna (@twinklerkhanna) on

ଭିଡିଓ ଭାଇରାଲ ହେବା ପରେ ୟୁଜରମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି। କେହି କେହି କହିଛନ୍ତି, ମେକ୍‌ଅପ ବିନା ମୁହଁ ଦେଖାଇବାକୁ ସାହସ ହେଉନାହିଁ। ସେହିପରି ଆଉ କେତେଜଣ କହିଥିଲେ, କରୋନା ଭୟରେ ଭିଡ଼ରେ ମୁହଁ ଲୁଚାଉଛନ୍ତି। ତେବେ ଏହି ସବୁ ସନ୍ଦେହକୁ ଦୂର କରି ଟ୍ଵିଙ୍କିଲ ରହସ୍ୟରୁ ପରଦା ଉଠାଇଥିଲେ। ସେ ନିଜ ଆଗାମୀ ପ୍ରୋଜେକ୍ଟକୁ ଇଶାରା କରି କହିଥିଲେ, ‘ମୁଁ କିଛି ନୂଆ କରିବା ପାଇଁ ଆଇବ୍ରୋକୁ ବଢ଼ାଉଛି। ଏକ ବଡ଼ ଖୁଲାସା ପାଇଁ ଅପେକ୍ଷା କରନ୍ତୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.