Below header

କେନ୍ଦ୍ର ସରକାରଙ୍କ ଏହି ଖାସ୍‌ ସ୍କିମ, ୬୦ ବର୍ଷରେ ପାଇବେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍‌

ଏମିତି ତ ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ବହୁତ ପ୍ରକାର ଯୋଜନା ଉପଲବ୍ଧ କରାଇଛନ୍ତି। କିନ୍ତୁ ଏହି ସରକାରୀ ଯୋଜନା ମଧ୍ୟରୁ ଏକ ଏମିତି ଯୋଜନା ରହିଛି ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇପାରେ। ଯଦି ଆପଣ ଏହି ଯୋଜନାରେ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ରିଟାୟରମେଣ୍ଟ ପରେ ଟଙ୍କାର କୌଣସି ପ୍ରକାର ଚିନ୍ତା ରହିବ ନାହିଁ। କାହିଁକିନା ଆପଣଙ୍କୁ ଏହି ଯୋଜନା ଦ୍ୱାରା ପ୍ରତି ମାସ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍‌ ମିଳିପାରିବ। ଏହାଛଡା ଆପଣଙ୍କୁ ଲୋନର ମଧ୍ୟ ସୁବିଧା ମିଳିବ। କିନ୍ତୁ ଦର୍ଶକବନ୍ଧୁ ଆପଣ ଏହି ଖାସ୍‌ ସରକାରୀ ଯୋଜନାର ଲାଭ କେବଳ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ହିଁ ଉଠାଇପାରିବେ। କାହିଁକିନା ୧ ଏପ୍ରିଲରେ ଆପଣଙ୍କୁ ଆଉ ଏହି ଯୋଜନା ମିଳିପାରିବନାହିଁ ଏହା ବନ୍ଦ ହୋଇଯିବ। ତେବେ ଆମେ ଆପଣଙ୍କୁ ଯେଉଁ ଖାସ୍‌ ସରକାରୀ ଯୋଜନା ବିଷୟରେ କହୁଛୁ ତାର ନାମ ହେଉଛି ପିଏମଭିଭି ଯୋଜନା ବା ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା। ତାହାଲେ ଆସନ୍ତୁ ଜାଣନ୍ତୁ ଏହି ଖାସ୍‌ ସରକାରୀ ଯୋଜାନର ଲାଭ ଆପଣ କେମିତି ପାଇପାରିବେ।

pmଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପିଏମଭିଭି ଯୋଜନା ଦ୍ୱାରା ନାଗରିକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ବର୍ଷକୁ ୮.୦୦ ଏବଂ ୮.୩୦ ପ୍ରତିଶତ ରିଟର୍ଣ୍ଣ ଗ୍ୟାରେଣ୍ଟୀ ସହିତ ପେନସନ୍‌ ଦିଆଯାଏ।

  • ଏହି ସ୍କିମ ଅନୁଯାୟୀ ପେନସନ୍‌ ରାଶି ମାସିକ, ତ୍ରିମାସିକ, ଛଅମାସିକ ଏବଂ ବାର୍ଷିକ ଆଧାରରେ ନେଇପାରିବେ।
  • ଯୋଜନାର ଲାଭ ଉଠାଇବାକୁ ହେଲେ ନାଗରିକଙ୍କ ବୟସ ୬୦ ବର୍ଷ ହୋଇଥିବା ଜରୁରୀା ଏହାସହିତ ଏହାଠାରୁ ଅଧିକ ବୟସର ନାଗରିକ ମଧ୍ୟ ଏହି ସ୍କିମରେ ନିବେଶ କରିପାରିବେ।
  • ଏହାସହିତ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସରକାରଙ୍କ ଏହି ପିଏମଭିଭି ସ୍କିମରେ ଆପଣ କେମିତି ଲାଭ ପାଇପାରିବେ?
  • ବରିଷ୍ଠ ନାଗରିକଙ୍କୁ ଏହି ସ୍କିମରେ ବହୁତ ଲାଭ ମିଳିବ।
  • ନାଗରିକଙ୍କୁ ପ୍ରତି ମାସ ୧୦ହଜାର ଟଙ୍କା ପେନସନ୍‌ ମିଳିବ।
  • ଅତିକମରେ ୧ ହଜାର ଟଙ୍କା ଏବଂ ଅଧିକତମ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍‌ ମିଳିବ।

SENIOR CITIZENଏବେ ଆସନ୍ତୁ ଜାଣିବା ଆପଣଙ୍କୁ ଏହି ପେନସନ୍‌ ଟଙ୍କା ପାଇବା ପାଇଁ କେତେ ଟଙ୍କା ଜମା କରିବାକୁ ହେବ?

-ଯୋଜନା ଦ୍ୱାରା ଯଦି ଗ୍ରାହକ ୧ ହଜାର ଟଙ୍କା ପ୍ରତି ମାସ ପେନସନ୍‌ ଚାହୁଁଛନ୍ତି ତେବେ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ଜମା କରିବାକୁ ହେବ।

-ସେହିପରି ଯଦି ଆପଣ ୧୦ହଜାର ଟଙ୍କା ପ୍ରତିମାସ ପେନସନ୍‌ ଚାହଁଛନ୍ତି ତେବେ ଆପଣଙ୍କୁ ୧୫ ଲକ୍ଷ ଟଙ୍କା ଜମା କରିବାକୁ ହେବ।

-ଖାସ୍‌ କଥା ହେଉଛି ଯଦି ଆପଣଙ୍କୁ ଏହି ସ୍କିମ ପସନ୍ଦ ଆସୁନାହିଁ କିମ୍ବା କୌଣସି ପ୍ରକାର ସନ୍ଦେହ ହେଉଛି ତେବେ ୧୫ ଦିନ ଭିତରେ ଆପଣ ଏହାକୁ ସରେଣ୍ଡର କରିପାରିବେ। ।

pmvvyଏବେ ପ୍ରଶ୍ନ ଆପଣ ଏହି ସ୍କିମ ପାଇଁ ଆବେଦନ କେମିତି କରିବେ?

ଆପଣ ଏଲଆଇସିର ୱେବସାଇଟକୁ ଯାଆନ୍ତୁ। ଯୋଜନାର ଫର୍ମ ନିଅନ୍ତୁ ଏବଂ ଫର୍ମ ସହିତ ଜରୁରୀ କାଗଜପତ୍ରକୁ ଲଗାଇ ଦିଅନ୍ତୁ। ଆପଣ ଏଲଆଇସିର କୌଣସି ବି ଅଫିସକୁ ଯାଇ ଫର୍ମ ଜମା କରିପାରିବେ। ଆବେଦନ ପାଇଁ ଆପଣଙ୍କୁ ଆଡ୍ରସର ପ୍ରୁଫର କପି, ପାନ କାର୍ଡର କପି, ଚେକର କପି କିମ୍ବା ବ୍ୟାଙ୍କ ପାସବୁକର ପ୍ରଥମ ପେଜର କପି ଦରକାର ପଡିବ।

କେବଳ ଏତିକି ନୁହେଁ ଏହି ସ୍କିମରେ ଗ୍ରାହକ ଲୋନ ମଧ୍ୟ ନେଇପାରିବେ। ଲୋନର ଅଧିକତମ ରାଶି ନିବେଶର ୭୫ ପ୍ରତିଶତ ହୋଇଥିବା ଆବଶ୍ୟକ। କିନ୍ତୁ ଆପଣ ନିବେଶର ତିନି ବର୍ଷ ପରେ ହିଁ ଆପଣ ଏହି ଯୋଜନାର ଲାଭ ଉଠାଇପାରିବେ। ତେଣୁ  ତୁରନ୍ତ ଏହି ସ୍କିମ ପାଇଁ ଆବେଦନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.