Below header

ସମଗ୍ର ବିଶ୍ୱକୁ ‘ନମସ୍କାର’ କରିବାର ସନ୍ଦେଶ ଦେଲେ ପ୍ରିୟଙ୍କା, ସେୟାର କଲେ କରୋନା ଭାଇରସ ସହିତ ଜଡିତ ଭିଡିଓ

ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିଚାଲିଛି। ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆରମ୍ଭକରି ଖେଳ ଜଗତ ପର୍ଯ୍ୟନ୍ତ ସବୁଆଡେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। କରୋନା ଯୋଗୁ ବଡ଼ ବଡ଼ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଫିଲ୍ମର ରିଲିଜ୍‌ ଡେଟ୍‌ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ଅନ୍ୟପଟେ କଳାକାରମାନେ ଏଥିରୁ ରକ୍ଷା ପାଇବା ପାଇଁ ତାଙ୍କ ପ୍ରଶଂସକଙ୍କୁ ସାବଧାନ ରହିବାର ଉପାୟ ବତାଉଥିବା ଦେଖିବାକୁ ମିଳୁଛି।

ଏମିତିରେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରୋନାରୁ ରକ୍ଷା ପାଇବା ପାଇଁ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କୁ ଭାରତୀୟ ଶୈଳୀ ଆପଣାଇ ନମସ୍କାର କରିବାକୁ ଉପଦେଶ ଦେଉଛନ୍ତି। ପ୍ରିୟଙ୍କା ବିଦେଶରେ ନିଜର ଅଭିନୟ ଯାଦୁ ଦେଖାଇସାରିବେଳେ ସେଠାରେ ଟିଭି ଶୋରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ସବୁଥିରେ ନିଜର ଜଲଓ୍ଵା ଦେଖାଉଛନ୍ତି। କରୋନାକୁ ନେଇ ଲୋକମାନଙ୍କୁ ସଚେତନତା କରିବା ପାଇଁ ପ୍ରିୟଙ୍କା ଚେଷ୍ଟା ଜାରି ରଖିଛନ୍ତି।

ନିଜେ ପ୍ରିୟଙ୍କା ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓରେ ତାଙ୍କର ଅନେକ ଫଟୋ ରହିଛି। ଯେଉଁଥିରେ ସେ ହାତ ଯୋଡି ନମସ୍କାର କରୁଥିବା ଦେଖିବାକୁ ମିଳୁଛି। ଏହି ଫଟୋଗୁଡିକ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସମୟର। ପ୍ରିୟଙ୍କାଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଉଛି। ମେସେଜ୍‌ରେ ପ୍ରିୟଙ୍କା ଲେଖିଛନ୍ତି, ସମଗ୍ର ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ମଧ୍ୟରେ ଲୋକଙ୍କୁ ଅଭିବାଦନ କରିବାର ଏକ ପୁରୁଣା କିନ୍ତୁ ନୂଆ ଉପାୟ ହେଉଛି ‘ନମସ୍କାର’। ଦୟାକରି ସମସ୍ତେ ସୁରକ୍ଷିତ ରୁହନ୍ତୁ। ପ୍ରିୟଙ୍କାଙ୍କ ଏହି ଭିଡିଓ ଇତିମଧ୍ୟରେ ୨୦ ଲକ୍ଷ ଥର ଦେଖାସରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.