କ୍ୟାନସର ପୀଡ଼ିତଙ୍କୁ ମାଗଣାରେ ପରିବା ଦେଉଛନ୍ତି ଏହି ଦୋକାନୀ, ବୃଦ୍ଧ ବ୍ୟକ୍ତି, ଅସହାୟ ବି ଫେରୁନାହାନ୍ତି ଖାଲି ହାତରେ!

କିଛି ଲୋକଙ୍କ ହୃଦୟ ବହୁତ ଖୋଲା ହୋଇଥାଏ। ଏମିତି ଜଣେ ମଣିଷ ହେଉଛନ୍ତି ଫେନାଜ ସିଧେକ, ଯାହାଙ୍କ ଘର କେରଳର Muvattupuzha ଠାରେ। ତାଙ୍କର ଏକ ପରିବା ଦୋକାନ ଅଛି। ଦିନେ ଫେନାଜ ନିଷ୍ପତ୍ତି ନେଲେ ଯେ କ୍ୟାନସର ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ। ଏହାକୁ ନଜରରେ ରଖି ସେ ମାଗଣାରେ ପରିବା ବିକ୍ରି ଆରମ୍ଭ କଲେ। ତାଙ୍କର ଏଭଳି ପଦକ୍ଷେପକୁ ଏବେ ବିଭିନ୍ନ ଆଡ଼ୁ ପ୍ରଶଂସା ମିଳୁଛି।

b2

ଫେନାଜ ଏକ ଗଣମାଧ୍ୟମକୁ କହିଛନ୍ତି, ଦିନେ ଜଣେ ବୃଦ୍ଧା ଦୋକାନର ବୋର୍ଡ ପଢ଼ି ତାଙ୍କ ପାଖକୁ ଆସିଥିଲେ। ସେ ତାଙ୍କୁ ସପ୍ତାହ ପାଇଁ ପରିବା ଦେଇଥିଲେ। ବୃଦ୍ଧା ଜଣକ ବହୁତ ଖୁସି ହୋଇଯାଇଥିଲେ। ଆଉ ତାଙ୍କୁ ଧନ୍ୟବାଦ ଦେବାକୁ ଯାଇ ମଥାରେ ଚୁମ୍ବନ ଦେଇଥିଲେ। ଦୋକାନ ବୋର୍ଡରେ କେବଳ କ୍ୟାନସର ପେସେଣ୍ଟଙ୍କୁ ମାଗଣାରେ ପରିବା ବିକ୍ରି କଥା ଲେଖାଯାଇଥିଲେ ହେଁ ଫେନାଜ କିନ୍ତୁ ସମସ୍ତ ରୋଗୀ, ବୃଦ୍ଧ, ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି। କେହି ବି ତାଙ୍କ ଦୋକାନ ସାମ୍ନାରୁ ଖାଲି ହାତରେ ଫେରନ୍ତିନି ବୋଲି ଫେନାଜ କହିଛନ୍ତି।

କେବଳ ଏତିକି ନୁହେଁ, ତାଙ୍କ ଦୋକାନରେ ପରିବା ସବୁ ଶସ୍ତା ଦାମରେ ବିକ୍ରି କରାଯାଏ। ସେ କିଛିବର୍ଷ ମିଡିଲ-ଇଷ୍ଟରେ କାମ କରୁଥିଲେ। ପରେ ଭାରତ ଫେରିଲେ ଏବଂ କ୍ଷେତବାଡ଼ି କାମ ଆରମ୍ଭ କଲେ। ତେବେ ଫେନାଜ ୧ ବର୍ଷିଆ ମାର୍କେଟିଂ କୋର୍ସ କରିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.