Below header

Lava ଲଞ୍ଚ କଲା ପ୍ରଥମ ଡିଜିଟାଲ ପେମେଣ୍ଟ ଆପ୍‌, ବିନା ଇଣ୍ଟରନେଟରେ ମଧ୍ୟ କରିପାରିବେ ପଇସା ଟ୍ରାନ୍ସଫର

ଭାରତର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Lava ନିଜର ପ୍ରଥମ ଡିଜିଟାଲ ପେମେଣ୍ଟ ଆପ୍‌Lava Pay ଲଞ୍ଚ କରିଛି। ଏହି ଆପ୍‌ ଜରିଆରେ ଆପଣ ବିନା ଇଣ୍ଟରନେଟରେ ମଧ୍ୟ ପଇସା ଟ୍ରାନ୍ସଫର କରିପାରିବେ ଗ୍ରାହକ। ଆଜିକାଲି ଦେଶରେ ପ୍ରାୟତଃ ଅଧିକାଂଶ ୟୁଜର୍ସ ଅନଲାଇନ ଟ୍ରାଞ୍ଜାକ୍ସନ ଇଣ୍ଟରନେଟ ମାଦ୍ୟମରେ କରୁଛନ୍ତି। କିନ୍ତୁ ଲାଭାର ଏହି ଆପ୍‌ରେ ଆପଣ ବିନା ଇଣ୍ଟରନେଟରେ ମଧ୍ୟ ପେମେଣ୍ଟ କରିପାରିବେ।

app

Lava  ନୂଆ ଫିଚର ଫୋନରେ ୟୁଜର୍ସଙ୍କୁ ଏହି ପେମେଣ୍ଟ ଆପ୍‌ର ସପୋର୍ଟ ମିଳିବ। କିନ୍ତୁ ଏହି ଆପ୍‌କୁ ଗ୍ରାହକ କମ୍ପାନୀର ଅଧିକାରକ ସର୍ଭିସ ସେଣ୍ଟରକୁ ଯାଇ ଫୋନରେ ଡାଇନଲୋଡ କରିବାକୁ ହେବ। ଏହି ପେମେଣ୍ଟ ଆପ୍‌ ବ୍ୟବହାର କରିବା ପାଇଁ ଅତ୍ୟନ୍ତ ସହଜ। ପେମେଣ୍ଟ କରିବା ପାଇଁ ଯୁଜର୍ସଙ୍କୁ ମୋବାଇଲ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆମାଉଣ୍ଟ ଦେବାକୁ ପଡିବ। ଏହାପରେ ୟୁଜର୍ସଙ୍କୁ ଅଥେଣ୍ଟିକେସନ ପାଇଁ ଏକ କୋଡ ମିଳିବ। ଯାହାକୁ ଗ୍ରାହକଙ୍କ ଦେବାକୁ ପଡିବ। ଏହା କରିବା ପରେ କିଛି ସମୟରେ ପେମେଣ୍ଟ ଟ୍ରାନ୍ସଫର ହୋଇଯିବ। ବିନା ଇଣ୍ଟରନେଟରେ ଆପଣ ନିଜର ବ୍ୟାଙ୍କ ବାଲାନ୍ସ ମଧ୍ୟ ଚେକ୍‌ କରିପାରିବେ।

ଏହାପୂର୍ବରୁ ଓପୋ ନିଜର କ୍ୟାଶ୍‌ ଆପ୍‌ ଲଞ୍ଚ କରିଥିଲା। ଯେଉଁଥିରେ ମ୍ୟୁଚୁଆଲ ଫଣ୍ଡ, ଇନସୋରାନ୍ସ ଭଳି କାରବାର କରିହେଉଥିଲା। କିନ୍ତୁ ଏହି ଆପ୍‌ ଜରିଆରେ ପେମେଣ୍ଟ କରିହେଉନଥିଲା। ଏହାବ୍ୟତୀତ ଏମ୍‌ଆଇ ପେମେଣ୍ଟ ଆପ୍‌ ମଧ୍ୟ ଲଞ୍ଚ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.