Below header

ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ଯା ନା ଆତ୍ମହତ୍ଯା ତଦନ୍ତ କରୁଛି ପୋଲିସ

ଗଜପତି(କେନ୍ଯୁଜ୍): ଯୁବକଙ୍କ ମୃତ ଦେହ ଉଦ୍ଧାର। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଲକ୍ଷ୍ମୀନଗର ପଛପଟ ଏକ ନାଳରୁ ଧନଜାନୀ ନାମକ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ଉକ୍ତ ବ୍ଯକ୍ତି ଜଣକଙ୍କ ସାଇକେଲ ସେଠାରେ ପଡି ରହିଥିବାର ମଧ୍ଯ ଦେଖିବାକୁ ମିଳିଛି। ସୂଚନା ମୁତାବକ ସକାଳୁ ସକାଳୁ କିଛି ଅଞ୍ଚଳବାସୀ ନାଳରେ ପଡି ରହିଥିବା ମୃତ ଦେହକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ମୃତ ବ୍ଯକ୍ତି ଜଣକ ସେହି ଅଞ୍ଚର ଏକ କୁକୁଡା ଫାର୍ମରେ କାମ କରୁଥିବାର ସୂଚନା ମିଳିଛି। ତେବେ ତାଙ୍କର ମୃତ୍ଯୁ କିପରି ହେଲା ତାହା ରହସ୍ଯ ସୃଷ୍ଟି କରିଛି। ଉକ୍ତ ବ୍ଯକ୍ତିଙ୍କୁ କିଏ ହତ୍ଯା କରିଛି ନା ସେ ମୃତ୍ଯୁବରଣ କରିଛନ୍ତି ତା’ର ତଦନ୍ତ କରୁଛି ପାରଳାଖେମୁଣ୍ଡି ପୋଲିସ। ଏନେଇ ପୋଲିସ ମୁହଁ ଖୋଲିନଥିବା ବେଳେ ଶବ ବ୍ଯବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ଯ ଚିକିତ୍ସା କେନ୍ଦ୍ରକୁ ପଠାଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.