ସ୍ୱାଧୀନତା ଦିବସ ଅବସରରେ ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ: ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହିତ କରୋନା ଯୋଦ୍ଧାଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର: ସ୍ୱାଧୀନତା ଦିବସ ଅବସରରେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ । ଏହାସହ ଓଡ଼ିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ।

ଏହାସହିତ କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇବା ସହିତ କହିଲେ, କରୋନା ମାନବ ଜାତି ପାଇଁ ଏକ ବଡ଼ ସଙ୍କଟ । ଶିକ୍ଷା,ସ୍ୱାସ୍ଥ୍ୟ,ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିଛି । ସାରା ବିଶ୍ୱରେ କୋଟି କୋଟି ଜୀବିକା ହରାଇଛନ୍ତି । ଭ୍ୟାକସିନ୍‌ ଆସିବା ପରେ କରୋନା କଣ୍ଟ୍ରୋଲ ହେବ । ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ କ୍ଷତି କରିଛି, ତାକୁ ଭରଣା କରିବା ପାଇଁ ସାହସର ସହ କାମ କରିବାକୁ ପଡିବ ବୋଲି କହିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅର୍ଥ ପାଇଁ କେହି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନି । ପ୍ରତିଟି ଜୀବନ ମୂଲ୍ୟବାନ । କରୋନା ଖୁବଶୀଘ୍ର ଦୂର ହେବ ବୋଲି ବିଶ୍ୱାସ ରହିଛି । କୋଭିଡ ଯୋଦ୍ଧାଙ୍କ ପାଇଁ ରାଜ୍ୟରେ ମୃତ୍ୟୁହାର କମିଛି । ପ୍ଲାଜମା ଥେରାପି ପାଇଁ ୫ଟି ପ୍ଲାଜମା ବ୍ୟାଙ୍କ ଖୋଲାଯାଇଛି । ଚିକିତ୍ସା ପାଇଁ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ରହିଛି । ସେପଟେ ଲକଡାଉନରେ ଗରିବଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.