Below header

ଅପରିଚିତ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ନା ଦୁର୍ଘଟଣା ଅସ୍ପଷ୍ଟ

ବ୍ରହ୍ମପୁର (କେନ୍ୟୁଜ୍): ବ୍ରହ୍ମପୁର ସହରର ପାଷ୍ଟ ଗେଟ୍ ନିକଟ ଭାରତ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ମୁଣ୍ଡଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଶରୀରରେ ଅନେକ ଅଂଶରେ କ୍ଷତ ଚିହ୍ନ ରହିଛି । ଏନେଇ ବଡ଼ ବଜାର ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ମୃତ ଦେହ ଏଠାରେ ପଡିଛି ସେ ନେଇ ତଦନ୍ତ କରିଥିବା ବେଳେ ତାଙ୍କର ଦୁର୍ଘଟଣାରେ ମୃତ ହୋଇଛି ନା କେହି ପଥରରେ ଛେଚି ହତ୍ୟା କରିବା ପରେ ଏଠାରେ ଫୋପଡି ଦେଇଛି ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମୃତ ବ୍ୟକ୍ତିଙ୍କ ପରିଚୟ ଜଣା ନପଡିବା ଲାଗି ମୁହଁକୁ ନଷ୍ଟ କରାଯାଇଥିବା ପୋଲିସ ଅନୁମାନ କରୁଛି। ତେବେ ପୋଲିସ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ଲାଗି ସହରର ବିଭିନ୍ନ ଥାନାକୁ ଏନେଇ ଖବର ଦେଇଥିବା ବେଳେ କୌଣସି ଥାନାରେ ମିସିଙ୍ଗ୍ ରିପୋର୍ଟ ଆଧାରରେ ପରିଚୟ ମିଳିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.