ବ୍ରଜରାଜନଗର ରାମପୁରରେ ଅଭାବନୀୟ ଘଟଣା, ଚୁଲା ନିଆଁରେ ପୋଡ଼ି ହୋଇ ଦମ୍ପତି ଜୀବନ୍ତ ଦଗ୍ଧ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରସ୍ଥିତ ରାମପୁରଠାରେ ଘଟିଛି ଅଭାବନୀୟ ଘଟଣା। ଚୁଲା ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତି । ମୃତ ଦମ୍ପତି ହେଲେ ଗିରିବର ଦାଶ(୪୭) ଓ ତାଙ୍କ ପତ୍ନୀ ଗୀତା ଦାଶ।

ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯାଇଥିଲା । ଚୁଲା ସହ ଗୀତା ତଳେ ପଡିବାରୁ ତାଙ୍କ ଦେହରେ ଜୋରରେ ନିଆଁ ଲାଗିଥିଲା । ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ଗିରିବର ମଧ୍ଯ ନିଆଁ ଦାଉରୁ ବର୍ତ୍ତିପାରିନଥିଲେ। ଯାହାଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ଯୁ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.