ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବ ମୁମ୍ବାଇ ଏବଂ କୋଲକତା ଟକ୍କର, ମୁମ୍ବାଇ ପାଇଁ ସୁବର୍ଣ୍ଣ ସୁଯୋଗ

ଆଇପିଏଲ ୨୦୨୦ ମ୍ୟାଚ ୩୨ରେ ଆଜି ପରସ୍ପର ସହ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକତା ନାଇଟ ରାଇଡର୍ସ। ଆକ୍ରାମକ ବ୍ୟାଟ୍ସମ୍ୟାନ ଯୋଗୁଁ ଚାମ୍ପିଅନ ମୁମ୍ବାଇ ଟିମ୍‌ର ମନୋବଳ ଦୃଢ ରହିଛି। ଆବୁଧାବିରେ ଏହି ମ୍ୟାଚ ଭାରତୀୟ ସମୟାନୁସାରେ ୭.୩୦ରେ ଆରମ୍ଭ ହେବ।

ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଏପର୍ଯ୍ୟନ୍ତ ୨୬ ଟି ଆଇପିଏଲ୍‌ ମ୍ୟାଚ ହୋଇସାରିଛି। ଯେଉଁଥିରୁ ମୁମ୍ବାଇ ୨୦ଟି ଏବଂ କୋଲକତା ୬ଟି ମ୍ୟାଚ ଜିତିଛି। ପଏଣ୍ଟ ତାଲିକାରେ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କୋଲକତା ଚତୁର୍ଥ ସ୍ଥାନରେ ରହିଛି। ଗତ ଚାରିଟି ମ୍ୟାଚରେ ମୁମ୍ବାଇ ଭଲ ପ୍ରଦର୍ଶନ କରିଛି। କିନ୍ତୁ କେକେଆର ପାଖରେ ଅନେକ ସମସ୍ୟା ରହିଛି। ଗତ ମ୍ୟାଚରେ ବାଙ୍ଗାଲୋର ଟାରୁ ୮୨ ରନରେ ହାରିଥିଲା କୋଲକତା। ଏବେ କୋଲକତା ଟିମ୍‌ର ମୁଖ୍ୟ ସ୍ପିନର ସୁନୀଲ ନରେନ ଖେଳିବେ ନା ନାହିଁ ତାହାକୁ ନେଇ ପ୍ରଶ୍ନ ରହିଛି।

ipl

ସମ୍ଭାବ୍ୟ କୋଲକତା ନାଇଟ ରାଇଡର୍ସ: ଦିନେଶ କାର୍ତ୍ତିକ, ଇଆନ ମୋର୍ଗାନ, ନୀତିଶ ରାଣା, ରାହୁଳ ତ୍ରିପାଠୀ, ଶୁଭମନ ଗିଲ, ସିଦ୍ଧାର୍ଥ ଲାଡ, କମଲେଶ ନାଗରକୋଟୀ, କୁଲଦୀପ ଯାଦବ, ନିଖିଳ ନାଇକ, କ୍ରିସ ଗ୍ରେନ୍‌, ଆନ୍ଦ୍ରେ ରସେଲ।

ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅନକୂଳ ରାୟ, କ୍ରିସ ଲିନ, ଧବଲ କୁଲକର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଈଶାନ କିଶନ, ଜେମ୍ସ ପେଟିସନ, ଜସପ୍ରୀତ ବୁମରା, ଜୟନ ଯାଦବ, ଟ୍ରେଣ୍ଟ ବୋଲ୍ଟ, କୁନାଲ ପାଣ୍ଡ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.