Below header

ନୂଆପଡା : ନିଖୋଜ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆପଡା : ନିଖୋଜ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୂଆପଡା ଜିଲ୍ଲା ଲଖନା ଥାନା ପୁଟକେଲପହା ଗାଁରୁ ନିଖୋଜ ଥିବା ଦୁଇ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ନାଁ ପଦ୍ମିନୀ ମାଝୀ ଓ ମୌନାବତୀ ମାଝୀ। ଗତ ଗୁରୁବାର ଦିନ ଦୁଇଜଣ ସାପ୍ତାହିକ ବଜାର ଯାଇ ଆଉ ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକେ ଲଖନା ଥାନାରେ ଏତଲା ଦେଇଥିଲେ । ଆଜି ସକାଳେ ଗାଁ ନିକଟ ଜଙ୍ଗଲରୁ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ ଆଜି ପଦ୍ମିନୀଙ୍କ ବାହାଘର ହେବାକୁ ସ୍ଥିର ହୋଇଥିଲା। ଲଖନା ଥାନା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.