Below header

ଦିନକ ପରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର : କନ୍ଧମାଳ, ସୁନ୍ଦରଗଡ଼,ବରଗଡ ଓ ବଲାଙ୍ଗିରରେ ଚାଲିଛି ଜୋରଦାର କ୍ୟାମ୍ପେନ

କନ୍ଧମାଳ : ଏପ୍ରିଲ ୧୮ରେ ହେବ କନ୍ଧମାଳ ଲୋକସଭା ନିର୍ବାଚନ। ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଥିବା ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମୁଖ୍ୟମନ୍ତ୍ରୀ ଦୁଇ ଦୁଇଥର ରୋଡ ସୋ ଓ ସାଧାରଣ ସଭା ମାଧ୍ୟମରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି। ସେପଟେ ବିଭିନ୍ନ ସ୍ଥାନରେ ବିଜେଡି ଚଳାଇଛି ପ୍ରଚାର। ସଭା, ଶୋଭାଯାତ୍ରା, ଘରକୁ ଘର ବୁଲି କ୍ୟାମ୍ପେନ ଚଳାଇଥିବା ବେଳେ ବିପୁଳ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି।

କନ୍ଧମାଳ ଲୋକସଭା ଓ ଭଞ୍ଜନଗର ବିଧାନସଭା ଆସନ ପାଇଁ ହୋଇଛି ଜୋରଦାର ପ୍ରଚାର। କୁଲାଡରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ରାଇମୋହନ, ହ୍ୟୁମାନ ସାଗର ଓ ହାସ୍ୟ ଅଭିନେତା ପ୍ରଜ୍ଞା ବିଜୁ ଜନତା ଦଳ ପାଇଁ ଭୋଟ ଭିକ୍ଷା କରିଥିଲେ । କନ୍ଧମାଳ ଲୋକସଭା ଆସନ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଭୋଟରଙ୍କୁ ନିବେଦନ କରିଥିଲେ ।

ରାଜ୍ୟ ସରକାରଙ୍କ ବିକାଶ ନେଇ ଆଶାବାଦୀ ଭୋଟର। ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟରଙ୍କ ମଧ୍ୟରେ ମଧ୍ୟ ବଢିଛି ଉତ୍ସାହ। ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଓ ଜି. ଉଦୟଗିରି ବିଧାନସଭା ପ୍ରାର୍ଥୀ ସାଲୁଗା ପ୍ରଧାନ ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ ଭିକ୍ଷା କରୁଛନ୍ତି।

ଶାସକ ବିଜେଡିର ଅଭେଦ୍ୟ ଦୁର୍ଗ ବିଜେଡି। ୨୦୦୯ରେ ରୁଦ୍ରମାଦ୍ରବ ରାୟ ଓ ୨୦୧୪ରେ ହେମେନ୍ଦ୍ର ନାରାୟଣ ସିଂହ ଏଠାରୁ ବିଜେଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ହେମେନ୍ଦ୍ରଙ୍କ ଅକାଳ ବିୟୋଗ ପରେ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେଡି ଟିକେଟରେ ହୋଇଥିଲେ ସାଂସଦ। ୨୦୧୯ ନିର୍ବାଚନରେ ବିଜୟ ଲାଭ କରି ହାଟ୍ରିକ କରିବା ଲକ୍ଷ୍ୟରେ ରହିଛି ବିଜେଡି।

ସୁନ୍ଦରଗଡ଼ : 

ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଜୋରଦାର ପ୍ରଚାର ଚାଲିଛି। ବିଜେଡିରୁ ପ୍ରାର୍ଥି ଅଛନ୍ତି ନବାଗତା ସୁନିତା ବିଶ୍ୱାଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ସୁନିତା ନବାଗତା ଥିଲେ ମଧ୍ୟ ରାଜନୈତିକ ପରିବାରରୁ ଆସିଛନ୍ତି। ତେଣୁ ରାଜନୀତିର ଗଣିତ ସହ ପରିଚିତ। ସ୍ୱଳ୍ପ ଦିନ ଭିତରେ ତାଙ୍କର ଲୋକପ୍ରିୟତା ବଢିଛି। କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି। ନବୀନଙ୍କ ମହିଳା ସଶକ୍ତୀକରଣ ଆଦି ପ୍ରସଙ୍ଗ ସହ ନବୀନଙ୍କ ପ୍ରତି ଥିବା ଲୋକଙ୍କ ଭଲ ପାଇବାକୁ ଆଧାର କରିଛନ୍ତି ସୁନିତା।

ସୁନିତା ବିପକ୍ଷରେ ଅଛନ୍ତି କଂଗ୍ରେସର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ। ୨୦୦୯ରେ ସ୍ୱାଧୀନ ଓ ୨୦୧୪ରେ ସମତାକ୍ରାନ୍ତୀ ଦଳରୁ ବୀରମିତ୍ରପୁର ବିଧାନସଭା ଆସନ ଜିତିଥିଲେ। ଏବେ କଂଗ୍ରେସରେ ମିଶି, ସୁନ୍ଦରଗଡ଼ ଲୋକସଭା ଆସନ ପ୍ରାର୍ଥୀ। ଜର୍ଜଙ୍କର ବୀରମିତ୍ରପୁର ଅଂଚଳରେ ଦବଦବା ରହିଛି। ରଘୁନାଥପଲ୍ଲୀ ଓ ରାଜଗାଙ୍ଗପୁରରେ ତାଙ୍କ ପ୍ରତି କିଛି ସମର୍ଥନ ରହିଛି। ଅନ୍ୟ ସ୍ଥାନରେ କିନ୍ତୁ ଲୋକପ୍ରିୟତା ନାହିଁ।

ସୁନ୍ଦରଗଡ଼ରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ। ୪ ଥରର ସାଂସଦ, ୨ ଥର କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ରାଜନୀତିରେ ପୋଖତ ଖେଳାଳି। ଏଥର କିନ୍ତୁ ତାଙ୍କୁ କଡ଼ା ମୁକାବିଲାର ସମ୍ମୁଖିନ ହେବାକୁ ପଡୁଛି। ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ହେଉ କି ଆଇଜିଏଚ୍‌ ସୁପରସ୍ପେସିଆଲିଟି ହସ୍ପିଟାଲ ପ୍ରତିଶ୍ରୁତି ହେଉ, ଏହାକୁ ପାଳନ କରିବାରେ କେନ୍ଦ୍ରର ଅବହେଳା ପ୍ରସଙ୍ଗ ଜୁଏଲଙ୍କୁ ଅଡୁଆରେ ପକାଇଛି।

ସୁନ୍ଦରଗଡ଼ରେ ଦୁଇ ପୋଖତ ରାଜନେତାଙ୍କ ସହ ନବାଗତ ସୁନିତାଙ୍କ ଲଢେଇ। ଏହି ଲଢେଇରେ ସୁନିତା ବାଜି ମାରିନେବେ ବୋଲି ଆଶା ରଖିଛନ୍ତି।

ବଲାଙ୍ଗିର :

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବା ବେଳେ କମ୍ପୁଛି ପଶ୍ଚିମ ଓଡ଼ିଶା । ବଲାଙ୍ଗିର ଲୋକସଭା ଆସନ ପାଇଁ ଚାଲିଛି ଜୋରଦାର ପ୍ରଚାର । ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ସିଂଦେଓ ବିଭିନ୍ନ ସ୍ଥାନରେ ଚଳାଇଛନ୍ତି କ୍ୟାମ୍ପେନ । ବିଭିନ୍ନ ସ୍ଥାନରେ ସଭା, ଶୋଭାଯାତ୍ରାରେ ଯୋଗଦେଇ ଭୋଟ ମାଗୁଛନ୍ତି । ତାଙ୍କ ସହ ବିଧାୟକ ପ୍ରାର୍ଥୀମାନେ ମଧ୍ୟ ମିଶି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.