Below header

ପୁରା ବିଶ୍ବରେ କାମ କରୁନି ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ହ୍ବାଟ୍ସଆପ୍ ! ଜାଣନ୍ତୁ କେତେବେଳେ ହେବ ଠିକ୍

ଠପ୍ ହୋଇଯାଇଛି ଫେସବୁକ୍ । ପୁରା ବିଶ୍ବରେ ଚାଲୁନି ଫେସବୁକ୍,ଇନଷ୍ଟାଗ୍ରାମ୍ ଏବଂ ହ୍ବାଟ୍ସଆପ୍ । ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ୟୁଜର ବିଲକୁଲ ବି ଖୋଲି ପାରୁନାହାଁନ୍ତି ଏହି ସାଇଟ୍ । ସେହପରି ହ୍ବାଟ୍ସଆପରେ ମେସେଜ୍ ପଠାଇଲେ ଯାଉନାହିଁ । ସବୁ ୟୁଜର ଏନେଇ ଟୁଇଟରରେ ଅଭିଯୋଗ କରୁଛନ୍ତି । ତେବେ ଏହି ସମସ୍ୟା ଠିକ୍ ହେବାକୁ ଆଉ କେତେ ସମୟ ଲାଗିବ ତାହା ଏଯାଏଁ ଜଣା ପଡିନାହିଁ ।

ଗୋଟିଏ ମାସ ମଧ୍ୟରେ ଦୁଇ ଦୁଇ ଥର ଠପ୍ ହେଲାଣି ଫେସବୁକ୍ । ଏହା ପୂର୍ବରୁ ମାର୍ଚ୍ଚ ମାସରେ ଯେତେବେଳେ ଫେସବୁକ୍ ସ୍ଲୋ ହୋଇଥିଲା ସେତେବେଳେ କୁହାଯାଇଥିଲା ଯେ ସାଇବର୍ ଆଟାକ୍ ପାଇଁ ଏପରି ହେଉଛି । କିନ୍ତୁ ଏହାକୁ ଖଣ୍ଡନ କରିଥିଲା ଫେସବୁକ୍ । ପ୍ରାୟ ୨୪ ଘଂଟା ପରେ ଏହି ସମସ୍ୟା ସମାଧାନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.