Below header

ପଣା ସଂକ୍ରାନ୍ତିରେ ପରଲୋକ ଗଲେ ସଂଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତି

କଟକ (କେ ନ୍ୟୁଜ୍‌) : ସଂଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କ ପରଲୋକ । ଆଜି ଅପରାହ୍ନରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଅମର ପ୍ରେମ, ଅକ୍ଷି ତୃତୀୟା, ଶ୍ରୀକୃଷ୍ଣ ରାସଲୀଳା, ତ୍ରିନାଥ ମେଳା, ଘର ସଂସାର ଭଳି ଓଡ଼ିଆ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହା ସହିତ ଅନେକ ଲୋକପ୍ରିୟ ଆଧୁନିକ ତଥା ଲଘୁ ସଂଗୀତର ମଧ୍ୟ ସେ ନିର୍ଦ୍ଦେଶନା ଦେଇଥିଲେ ।

ତାଙ୍କର ଲୋକପ୍ରିୟ ସିନେମା ଗୀତ ଭିତରେ ‘ଆସ କିଏ ଖାଇବ ହେ ଆମ ରାଜାବାବୁର ଖାନା.., ଏଇ ଜହ୍ନ ଏଇ ରାତି…, ପ୍ରଭୁ ପାଦ ତଳେ ପ୍ରଣତି ଢାଳେ…, ଏଇ ତାରା ଭରା ଜହ୍ନ ରାତି…, ମାୟାବନୀ ଏଇ ରାତି.., ସପନ ବିଳାସୀ.., ମୋ ମନ ଛନ୍‌ ଛନ୍‌ ଛନ୍‌ରେ ମୁ ତୋର ନନ୍‌ସନ୍‌..ଆଦି ରହିଛି ।

RAKHAL MOHANTY-1

ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ୧୯୩୨ରେ ରାଖାଲ ମହାନ୍ତିଙ୍କ ଜନ୍ମ । ବାପା ଗଣେଶ୍ୱର ମହାନ୍ତି ଓ ମା ପୁଷ୍ପମୟୀ ମହାନ୍ତିଙ୍କ ଔରସରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଜନ୍ମ ଗ୍ରହଣ କରିଥିଲେ । ରାଖାଲ ୧୯୭୩ ମସିହାରେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ । ସଙ୍ଗୀତ କ୍ଷେତ୍ରରେ ଜୀବନ ବ୍ୟାପି ସାଧାନା ପାଇଁ ସେ ଅକ୍ଷୟ ସ୍ମୃତି ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି ।
ତାଙ୍କର ମୃତ୍ୟୁ ଖବର ପାଇବା ପରେ ଓଡ଼ିଆ ସଂଗୀତ ଜଗତରେ ଏକ ଶୋକାକୁଳ ବାତାବରଣ ଖେଳି ଯାଇଛି । ବିଭିନ୍ନ କ୍ଷେତ୍ରର ଲୋକେ ତାଙ୍କ ଶେଷ ଦର୍ଶନ ପାଇଁ କଟକ ସ୍ଥିତ ବାସଭବନରେ ପହଞ୍ଚୁଛନ୍ତି ।

RAKHAL MOHANTY-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.