Below header

ତାତିରେ ସାରା ରାଜ୍ୟ ଅସ୍ତବ୍ୟସ୍ତ, ୧୬ରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା

ପଶ୍ଚିମରୁ ଦକ୍ଷିଣ । ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ତାତି । ତାପମାତ୍ରା ବଢୁଥିବାରୁ ଅସ୍ତବ୍ୟସ୍ତ ଜନଜୀବନ । ଆଉ ୨ ଦିନ ଖରା ପ୍ରକୋପ ଲାଗି ରହିବ । ୧୬ ତାରିଖରୁ ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି । ମୁଖ୍ୟତଃ ବରଗଡ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ, କେନ୍ଦ୍ରାପଡ଼ା,ବାଲେଶ୍ୱର, ମୟୂରଭଞ୍ଜରେ ପବନର ବେଗ ଅଧିକ ରହିବ । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗତକାଲି ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ସେଲୟସିୟସ ଉପରେ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.