Below header

ଯାଜପୁର ଖବର : ୧୫ ଲକ୍ଷ ଜବତ କଲା ଫ୍ଲାଇଂ ସ୍କ୍ଵାର୍ଡ

ଯାଜପୁର (କେ ନ୍ୟୁଜ୍‌) : ଫ୍ଲାଇଂ ସ୍କ୍ଵାର୍ଡ ଏବଂ ସୁକିନ୍ଦା ପୋଲିସ୍‌ ଜବତ କଲା ୧୫ ଲକ୍ଷ ୩୧ ହଜାର ଟଙ୍କା । ଗରାମିଆ ରୋଙ୍ଗାଲି ବନ୍ଧ ଉପରେ ଏନ୍‌ଇସିସି ନାମକ ଏକ କମ୍ପାନୀ ଗାଡ଼ିରୁ ଏହି ଟଙ୍କା ଜବତ ହୋଇଛି । ଏତେ ପରିମାଣର ଟଙ୍କା କେଉଁଠୁ ଆସୁଥିଲା ଏବଂ କୁଆଡ଼େ ଯାଉଥିଲା ସେ ସମ୍ପର୍କରେ ପୋଲିସ୍‌ ତଦନ୍ତ କରୁଛି । ଘଟଣାରେ ତିନି ଜଣ ଅଟକ ରହିଛନ୍ତି ।

ଏଟିଏମ୍‌ ମେସିନ ତାଡ଼ି ନେଲେ

ଯାଜପୁର ଚଣ୍ଡୀଖୋଲ ନିକଟ ନେଉଳପୁର ଠାରେ ଥିବା ଏକ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଟିଏମ୍‌କୁ ଦୁର୍ବୃତ୍ତମାନେ ତାଡ଼ି ନେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଧର୍ମଶାଳା ପୋଲିସ୍‌ ଲୁଟେରାଙ୍କୁ ଖୋଜୁଛି । ତେବେ ଏଟିଏମ୍‌ରେ ମାତ୍ର ୧୨,୫୦୦ ଟଙ୍କା ଥିଲା ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ।

ATM LOOT

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ମହାବିନାୟକ ଦର୍ଶନକୁ ଯାଉଥିବା ଯୁବକ ମୃତ

ଚଣ୍ଡୀଖୋଲରୁ ମହାବିନାୟକ ଯାଉଥିବା ବେଳେ ଗୋଟିଏ ବାଇକ୍‌କୁ ପଛପଟୁ ଟ୍ରକ୍‌ଟିଏ ଧକ୍କା ଦେଇଥିଲା । ଏଥିରେ ଧର୍ମଶାଳା ଥାନା ବରହମପୁର ଗାଁର ରଜତ ମଲ୍ଲିକ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ବାଇକ୍‌ରେ ତାଙ୍କ ସହ ଯାଉଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବଡ଼ଚଣା ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୁଭଦ୍ରାପୁର ଛକରେ ଏହି ଦୁର୍ଘଟଣା ଘଟିଛି ।

ACCIDENT DEATH

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.