ଏହି ୫ ମହିଳା ଉପସ୍ଥାପିକାଙ୍କ ବିନା ଅଧୁରା ଆଇପିଏଲ୍

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) କ୍ରିକେଟ ଏବଂ ମନୋରଞ୍ଜର ମିଳିତ ସମାରୋହ। ଗୋଟିଏ ପଟେ ପୁରୁଷ କ୍ରିକେଟ ଖେଳାଳି ମାନେ ଖେଳପଡିଆର ଶୋଭା ବଢ଼ାଇଥିବା ବେଳେ ତାହାକୁ ବର୍ଣ୍ଣନା କରି ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି ମହିଳା ଉପସ୍ଥାପିକା। ଆଇପିଏଲକୁ ଖୁବ ମନୋରଞ୍ଜକ ଭାବେ ଦର୍ଶନଙ୍କ ନିକଟରେ ପହଞ୍ଚାଇବାର ସଂପୂର୍ଣ୍ଣ ଦାୟିତ୍ବ ଏହି ଗ୍ଳାମରିୟର୍ସ ମହିଳା ଉପସ୍ଥାପିକାମାନେ। ଆସନ୍ତୁ ଜାଣିବା ସେହିଭଳି ଖାସ ୫ ମହିଳା ଆଇପିଏଲ୍ ଉପସ୍ଥିପିକା ବିଷୟରେ।
ଶିବାନୀ ଦାଣ୍ଡେକର
ଟେଲିଭିଜନ ଦୁନିଆରେ ଶିବାନୀ ଦାଣ୍ଡେକର ଏକ ବଡ଼ ନାମ ରହିଛି। ମଡେଲ, ଅଭିନେତ୍ରୀ, ଭିଡିଓ ଜର୍ନାଲିଷ୍ଟ ଶିବାନୀ ବର୍ତ୍ତମାନ ପର୍ୟ୍ୟନ୍ତ ଅନେକ ରିଆଲିଟି ଶୋର ଉପସ୍ଥାପିକା କରିସାରିଛନ୍ତି। ଖାଲି ତାହା ଶିବାନୀଙ୍କୁ ଅନେକ ଆଇପିଏଲ ସିଜନ ହୋଷ୍ଟ କରିବାର ଦେଖିବାକୁ ମଧ୍ୟ ମିଳିଛି।
ରୋଚେଲ ମାରିଓ ରାଓ
ରୋଚେଲଙ୍କୁ ଆପଣ ଅନେକ ରିଆଲିଟି ଶୋରେ ଦେଖିଥିବେ। ଏବେ ତାଙ୍କୁ କପିଲ ଶର୍ମାଙ୍କ କମେଡି ଶୋରେ ମଧ୍ୟ ଦେଖିବାକୁ ମିଳୁଛି। ଟେଲିଭିଜନ ଦୁନିଆରେ ପାଦ ରଖିବା ପୂର୍ବରୁ ରୋଚେଲ କ୍ରିକେଟ ହୋଷ୍ଟ କରୁଥିଲେ। ସେ ଆଇପିଏଲ ସିଜନ୍ ୯ ଏବଂ ଆଇପିଏଲ ୨୦୧୩କୁ ହୋଷ୍ଟ କରିଥିଲେ।
ଅର୍ଚ୍ଚନା ବିଜୟ
ଭାରତୀୟ କ୍ରିକେଟ ଦୁନିଆରେ ଜଣେ ଶ୍ରେଷ୍ଟ ଉପସ୍ଥାପିକା ଭାବେ ଅର୍ଚ୍ଚନା ବିଜୟ ଜଣା। ସେ ଅନେକ କ୍ରିକେଟ ଲିଗର ଉପସ୍ଥାପିକା ବେଶ ନିଖୁଣ ଭାବେ କରିଛନ୍ତି। ଏନେଇ ତାଙ୍କୁ ନିଓ ସ୍ପୋର୍ସ ତାଙ୍କର ର୍ବୋଡକାଷ୍ଟର ଭାବେ ମଧ୍ୟ ଚୟନ କରିଥିଲା।
ସୋନାଲି ନାଗରାଣୀ
ଆପିଇଏଲର ଉପସ୍ଥାପନା କରିଥିବା ପ୍ରଥମ ମହିଳା ହେଉଛନ୍ତି ସୋନାଲି ନାଗରାଣୀ। ସେ ଆଇପିଏଲର ପ୍ରଥମ ସଂସ୍କରଣର ଉପସ୍ଥାପନା କରିଥିବା ବେଳେ ଅନେକ କ୍ରିକେଟ ଆଲୋଚନାରେ ମଧ୍ୟ ନଜର ଆସିଛନ୍ତି।
ମୟନ୍ତି ଲାଙ୍ଗର
ଆଇପିଏଲର ସବୁଠାରୁ ଚର୍ଚ୍ଚିତ ଚେହେରା ମାନଙ୍କ ମଧ୍ୟରେ ରହିଛନ୍ତି ମୟନ୍ତି ଲାଙ୍ଗର। ମୟନ୍ତି ଚଳିତ ଆଇପିଏଲର ଉପସ୍ଥାପନା ଦାୟିତ୍ବରେ ରହିଛନ୍ତି। ଏହାଛଡ଼ା କ୍ରିକେଟ ସହ ଜଡିତ ଥିବା କୌଣସି ନା କୌଣସି ଶୋରେ ତାଙ୍କୁ ଦେଖିବାକୁ ମିଳୁଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ପୂର୍ବରୁ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଷ୍ଟୁଆର୍ଟ ବେନିଙ୍କ ପତ୍ନୀ ସେ ଅଟନ୍ତି।