ସ୍କୁଲକୁ ଆସି ନାଳରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା, ୪ ଶିକ୍ଷକ ଶିକ୍ଷୟିତ୍ରୀ ନିଲମ୍ବିତ

ନାଳରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବୁଢ଼ାପଡ଼ା ଉଚ୍ଚ ପ୍ରାଥମିକ SCHOOL ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଦାୟିତ୍ବରେ ଅବହେଳା ଯୋଗୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ବୋଡେନ ବ୍ଲକ୍ ଶିକ୍ଷାଧିକାରୀ ରୁଦ୍ର ମେହେର ସୂଚନା ଦେଇଛନ୍ତି।

ନୂଆପଡା (କେନ୍ୟୁଜ): ନାଳରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବୁଢ଼ାପଡ଼ା ଉଚ୍ଚ ପ୍ରାଥମିକ SCHOOL ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଦାୟିତ୍ବରେ ଅବହେଳା ଯୋଗୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ବୋଡେନ ବ୍ଲକ୍ ଶିକ୍ଷାଧିକାରୀ ରୁଦ୍ର ମେହେର ସୂଚନା ଦେଇଛନ୍ତି।

ନିଲମ୍ବିତ ଶିକ୍ଷକ ହେଲେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ, କିଶୋର ସାହୁ, ଶିକ୍ଷୟିତ୍ରୀ ହିଂଗୁଳା ମାଝୀ ଓ ଲୋଚନ ବେହେରା। ବୁଢାପଡ଼ା ଉଚ୍ଚ ପ୍ରାଥମିକ ସ୍କୁଲରେ ପଢୁଥିବା ତୃତୀୟ ଶ୍ରେଣୀର ଛାତ୍ର କେଶବ ଜଗତ ସ୍କୁଲ ନିକଟରେ ଥିବା ନାଳକୁ ଶୌଚ ହେବା ପାଇଁ ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲା। ଯାହାକୁ ନେଇ ଅଭିଭାବକ ଓ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଘଟଣାର ତଦନ୍ତ ପରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।