ମୁସଲମାନ ହୋଇ ମଧ୍ୟ ହିନ୍ଦୁ ଭାଇ ମାନଙ୍କ ପାଇଁ ରାକ୍ଷୀ ତିଆରି କରି ପ୍ରଶଂସା ସାଉଣ୍ଟୁଛନ୍ତି କଟକର ସବିହା ସୁମ୍ବୁଲ

ବଜାରରେ ରାକ୍ଷୀ ପୂର୍ଣ୍ଣିମା ପାଇଁ ଅନେକ କିସମର ରାକ୍ଷୀ ବିକ୍ରି ହେଉଥିବା ବେଳେ କଟକ ଷ୍ଟେସନ ବଜାର ମଠ ସାହି ଅଞ୍ଚଳର ଅସ୍ପାକ୍ ଅଲି ଖାନ୍ ଓ ତବ୍ ସୁବ୍ ନାଜ ଙ୍କ ଝିଅ ସବୀହା ତିଆରି କରୁଛନ୍ତି ନିଜ ହାତ ତିଆରି ରାକ୍ଷୀ । ଇସଲାମ ଧର୍ମାବଲମ୍ବୀ ସବିହା ଙ୍କ ରାକ୍ଷୀ ତିଆରି କରିବା ଅନ୍ଦାଜ କିନ୍ତୁ ପୁରା ନିଆରା।

ଆସୁଛି ରାକ୍ଷୀ ପୂର୍ଣ୍ଣିମା।। ଆଉ ଏଇ ରାକ୍ଷୀ ପୂର୍ଣ୍ଣିମା ପାଇଁ ରାକ୍ଷୀ ତିଆରି କରି ଚର୍ଚ୍ଚା ରେ କଟକର ମୁସଲମାନ ଝିଅ ସବିହା ସୁମ୍ବୁଲ । ଭାଇଚାରାର ସଦା ଉଦାହରଣ ଦେଇ ଆସିଛି ରୌପ୍ୟ ନଗରୀ କଟକ।। କେତେବେଳେ ହିନ୍ଦୁ ଭାଇ ମାନେ ମୁସଲମାନ ଭାଇ ମାନଙ୍କ ପର୍ବ ପର୍ବାଣୀ ରେ ସାହାଯ୍ୟ ସହଯୋଗ କରିଥାନ୍ତି ତ ଆଉ କେତେବେଳେ ମୁସଲମାନ ଭାଇ ମାନେ ହିନ୍ଦୁ ମାନଙ୍କ ପର୍ବ ଦୁର୍ଗା ପୂଜା ଓ ଗଣେଶ ପୂଜା ପାଈଁ ମେଢ ତିଆରି କରିଥାନ୍ତି।। ଆଉ ଏବେ ଶହ ଶହ ହିନ୍ଦୁ ଭାଇ ମାନଙ୍କ ପାଇଁ ରାକ୍ଷୀ ତିଆରି କରୁଛନ୍ତି ଜଣେ ମୁସଲମାନ ଭଉଣୀ। କଟକର ଝିଅ ସବିହା ସୁମ୍ବୁଲ ଖାଲି ନିଜ ହାତ ତିଆରି ରାକ୍ଷୀ ବ୍ୟବସାୟ କରୁ ନାହାନ୍ତି ବରଂ ସେଥିରୁ ଲାଭ ଅର୍ଥରେ ରାସ୍ତାରେ ବୁଲୁଥିବା ଗାଈ ଗୋରୁ ଙ୍କୁ ଖାଇବା ଓ ତାଙ୍କ ସେବାରେ ଲଗାନ୍ତି। ତାଙ୍କର ଏହି କାର୍ଯ୍ୟକୁ ପରିବାର ଲୋକେ ଓ କଟକ ବାସୀ ପ୍ରଶଂସା କରିଛନ୍ତି ।

ବର୍ଷକୁ ଥରେ ଭାଇଟିଏ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ପାଇଁ ଅପେକ୍ଷା କରି ରହିଥାଏ। ସେହିଭଳି ଭଉଣୀଟି ମଧ୍ୟ ଭାଇର ଶୁଭମନାସି ରାକ୍ଷୀ ପୂର୍ଣ୍ଣୀମା ଦିନ କାହିଁ କେତେ ବାଟରୁ ଭାଇ ପାଖକୁ ଆସିଥାଏ। ଏହି ପବିତ୍ର ରକ୍ଷା ବନ୍ଧନର ସାକ୍ଷୀ ରହିଥାଏ ଭଉଣୀ ଦ୍ଵାରା ବନ୍ଧା ଯାଇଥିବା ରାକ୍ଷୀ। ବଜାରରେ ରାକ୍ଷୀ ପୂର୍ଣ୍ଣିମା ପାଇଁ ଅନେକ କିସମର ରାକ୍ଷୀ ବିକ୍ରି ହେଉଥିବା ବେଳେ କଟକ ଷ୍ଟେସନ ବଜାର ମଠ ସାହି ଅଞ୍ଚଳର ଅସ୍ପାକ୍ ଅଲି ଖାନ୍ ଓ ତବ୍ ସୁବ୍ ନାଜ ଙ୍କ ଝିଅ ସବୀହା ତିଆରି କରୁଛନ୍ତି ନିଜ ହାତ ତିଆରି ରାକ୍ଷୀ । ଇସଲାମ ଧର୍ମାବଲମ୍ବୀ ସବିହା ଙ୍କ ରାକ୍ଷୀ ତିଆରି କରିବା ଅନ୍ଦାଜ କିନ୍ତୁ ପୁରା ନିଆରା। ପିଜି ପାଠ ପଢି ସାରିବା ପରେ ଏବେ ସେ ଏବେ କମ୍ପିଟେଟିଭ ପାଇଁ ଏବେ ପଢ଼ାପଢ଼ି ଜାରି ରଖିଛନ୍ତି। ଏହା ସହ ରାକ୍ଷୀ ତିଆରି କୁ ନିଜର ଏକ ସ୍ୱଳ୍ପ ଆୟର ମାଧ୍ୟମ କରିଛନ୍ତି ସେ। ଅନଲାଇନ୍ ଦ୍ଵାରା ସବୁ ମାଲ୍ ମାଗାଇବା ସହ ନିଜେ ଅତି ପରିଶ୍ରମ କରି ଏହି ରାକ୍ଷୀ ଗୁଡ଼ିକୁ ତିଆରି କରି ସୋସିଆଲ ମିଡ଼ିଆ ପେଜ୍ ମାଧ୍ୟମରେ ପ୍ରମୋସନ୍ କରି ଅର୍ଡର ପାଇ ଥାଆନ୍ତି। ଏହି ରାକ୍ଷୀର ମୂଲ୍ୟ 50 ଟଙ୍କା ରୁ ଆରମ୍ଭ କରି 500 ଟଙ୍କା ପର୍ଯ୍ୟନ୍ତ ରଖିଛନ୍ତି ସବିହା।

ସବିହାଙ୍କ ଏହି ହାତ ତିଆରି ଜିନିଷ ବିକ୍ରି ପଛରେ ରହିଛି ଏକ ମହତ୍ ଉଦ୍ଦେଶ୍ୟ। ଲକ୍ ଡାଉନ୍ ସମୟରେ ଅସହାୟ ବୁଲା କୁକୁର ,ଗାଈ ଗୋରୁ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଥିଲେ ସେ। କଟକ ସହରରେ ବୁଲି ବୁଲି ସେବା ଯୋଗାଉଥିଲେ। ଏହି ସମୟରେ ତାଙ୍କ ସମ୍ମୁଖରେ ବାଧା ସୃଷ୍ଟି ହୋଇଥିଲା ଅର୍ଥ । ଯାହାର ସମାଧାନ ପାଇଁ ସେ ଏହିଭଳି ହାତ ତିଆରି ରାକ୍ଷୀ ଓ ଅନ୍ୟ ଜିନିଷ ବିକ୍ରି କରିବା ଆରମ୍ଭ କରିଥିଲେ। ଏଥିରୁ ମିଳୁଥିବା ଲାଭ ଅର୍ଥ କୁ ସବୁ ପଶୁ ପକ୍ଷୀ ମାନଙ୍କର ସେବାରେ ସେ ବିନିଯୋଗ କରନ୍ତି। ଏହାରି ଭିତରେ ଶହ ଶହ ଆହତ କୁକୁର ,ଗାଈ ଷଣ୍ଢ ମାନଙ୍କୁ ସେ ସେବା ଯୋଗାଇଥିବା ବେଳେ ଆଗକୁ କିଛି ବଡ ଧରଣର ସେବା କାର୍ଯ୍ୟ କରିବା ଲକ୍ଷ ରଖିଛନ୍ତି ସେ। ସବିହାଙ୍କ ଏହି ମହତ କାର୍ଯ୍ୟ ପାଇଁ ବେଶ୍ ଗର୍ବ ଅନୁଭବ କରିଛନ୍ତି ତାଙ୍କର ମା ଓ ଆଇ । ସବିହାଙ୍କ ଏଭଳି କାର୍ଯ୍ୟ ଉଦାହରଣ ପାଲଟିବା ସହ ତାଙ୍କର ଏଭଳି ପ୍ରୟାସ ଆଜିର ଯୁବପୀଢ଼ି ଙ୍କ ପାଇଁ ପ୍ରେରଣା ହେଇ ରହିବ ନିଶ୍ଚୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.