Below header

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମାନବୀୟ ଲୀଳା, ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ଆସନ୍ତା ୧୫ ତାରିଖରେ ପାଳନ ହେବ ରାକ୍ଷୀ ପୂର୍ଣ୍ଣମୀ । ନିଜ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ସବୁ ଭଉଣୀଙ୍କ ମନରେ ଅନେକ ଉତ୍ସାହ । ପାଖରେ ଥିବା ଭାଇ ପାଇଁ ଭଉଣୀମାନେ ରାଧୀ କିଣିବାରେ ବ୍ୟସ୍ତ । ସେହିପରି ଦୂରରେ ଥିବା ଭାଇଙ୍କୁ ଅନେକ ଭଉଣୀ ରାକ୍ଷୀ ପଠାଇ ସାରିଲେଣି। ସେପଟେ ଶ୍ରୀମନ୍ଦିରରେ ମଧ୍ୟ ଶ୍ରୀଜୀଉଙ୍କର ମାନବୀୟ ଲୀଳା ଖେଳା । ମଣିଷ ପରି ଜଗତର ନାଥ ସେହି ଦିନ ରାକ୍ଷୀ ବାନ୍ଧିଥାନ୍ତି । ଦୁଇ ଭାଇ ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧଥାନ୍ତି ଭଉଣୀ ସୁଭଦ୍ରା ।

JAGANNATH RAKHI-3ପରମ୍ପରା ଅନୁସାରେ ପାଟରା ସେବାୟତମାନେ ପୂର୍ବରୁ ରାକ୍ଷୀ ପ୍ରସ୍ତୁତ କରି ରକ୍ଷା ବନ୍ଧନ ପୂର୍ଣ୍ଣମୀ ଦିନ ସକାଳୁ ସକାଳୁ ଶ୍ରୀମନ୍ଦିରରେ ପହଞ୍ଚିଥାନ୍ତି । ବାସୁଙ୍ଗା ପାଟରେ ଏହି ସୁଦୃଶ୍ୟ ରାକ୍ଷୀ ପ୍ରସ୍ତୁତ ହୋଇଥାଏ । କୁହାଯାଏ ଦୁନିଆର ଏହା ହେଉଛି ସବୁଠାରୁ ବଡ଼ ରାକ୍ଷୀ । ପାଟରା ସେବାୟତ ପହଞ୍ଚିବା ପରେ ରକ୍ଷା ବନ୍ଧନ ନୀତି ପାଳିତ ହୋଇଥାଏ । ଦେବୀ ସୁଭଦ୍ରା ବଡ଼ ଠାକୁର ବଳଭଦ୍ର ଏବଂ କାଳିଆ ଠାକୁରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି । ଏଥିପାଇଁ ୪ଟି ବଡ଼ ରାକ୍ଷୀ ତିଆରି ହୋଇଥାଏ । ଏହା ସହିତ ପାର୍ଶ୍ୱଦେବାଦେବୀଙ୍କୁ ମଧ୍ୟ ରାକ୍ଷୀ ବନ୍ଧା ଯାଇଥାଏ ।
ଆହୁରି ମଧ୍ୟ ଏହି ଦିନଟିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ ଏବଂ ଦିନଟି ହେଉଛି ଶ୍ରୀ ବଳଭଦ୍ରଙ୍କର ଜନ୍ମ ଦିନ । ତେଣୁ ବଡ଼ ଠାକୁରଙ୍କର ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ ।

SRIMANDIRA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.