Below header

ସୁସ୍ଥ ଶରୀର ପାଇଁ ନିୟମିତ ଚଢନ୍ତୁ ଶିଡ଼ି

ଆଜିକାଲି ଅଧିକାଂଶ ଲୋକମାନେ ଶିଡ଼ି ଚଢ଼ିବାକୁ କୁଣ୍ଠାବୋଧ କରିଥାଆନ୍ତି। ଆଜିକାଲିର ହାଇଟେକ୍ ଯୁଗରେ ଉପର ମହଲାକୁ ଯିବା ଆସିବା ପାଇଁ.ଲିଫ୍ଟର ବ୍ୟବସ୍ଥା ରହିଛି, ଯାହାକୁ ଅନେକ ଲୋକମାନେ ଆପଣେଇଥାଆନ୍ତି। କିନ୍ତୁ ଶିଡ଼ି ଚଢ଼ିବା ଦ୍ୱାରା ଆମର ଅନେକ ଉପକାର ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକ୍ରିୟା ଆହୁରି ସକ୍ରିୟ ହୋଇଥାଏ। ଖାସ୍ କଥା ହେଲା ପ୍ରତିଦିନ ଶିଡ଼ି ଚଢ଼ିଲେ ଆମ ଶରୀରକୁ ପ୍ରଚୁର ପରିମାଣରେ ଅମ୍ଳଜାନ ମିଳେ। ଏକ ଗବେଷଣାରୁ ଜଣାପଡିଛି ଯେ ନିୟମିତ ଶିଡ଼ି ଚଢ଼ିଲେ ହୃତ୍ପିଣ୍ଡ ସୁସ୍ଥ ରହିଥାଏ। ଶିଡ଼ି ଚଢ଼ିବା ଫଳରେ ଆମ ଶରୀର ମାଂସପେଶୀ ଉପରେ ସୁପ୍ରଭାବ ପଡେ। କାରଣ ଏହାଦ୍ୱାରା ମାଂସପେଶୀଗୁଡିକ ଆହୁରି ସଂଚଳ ହୋଇଥାଏ। ଓଜନ କମେଇବାର ଏହା ଏକ ସହଜ ଉପାୟ। କିନ୍ତୁ ଗୋଟିଏ କଥା-ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି ତେବେ ଅଧିକାଂଶ ସମୟ ଶିଡ଼ିରେ ଯିବା ଆସିବା କରନ୍ତୁ ନାହିଁ।

stairs-ଓଜନ କମ୍ ପାଇଁ ନିୟମିତ ରୂପେ ଜିମ୍ ଯିବା ସହ ଡାଏଟ୍ କରିବା ଲାଭଦାୟକ। ଏହା ଶରୀରକୁ ସୁସ୍ଥ ରଖିଥାଏ। ଯଦି ଆପଣ କର୍ମଜୀବୀ ଏବଂ ଆପଣଙ୍କ ପାଖରେ ସମୟର ଅଭାବ ରହିଛି ତେବେ କିଛି ସହଜ ଉପାୟରେ ମଧ୍ୟ ଆପଣ ଓଜନ କମ୍ କରିବା ସାଙ୍ଗକୁ ହାର୍ଟକୁ ସୁସ୍ଥ ରଖିପାରିବେ।

-ଲିଫ୍ଟ ପରିବର୍ତ୍ତେ ଶିଡ଼ିର ବ୍ୟବହାର ଶରୀର ପାଇଁ ଲାଭଦାୟକ। ଏହା ଶରୀରର ଫ୍ୟାଟ୍ କମ୍ କରିବା ସହ ଓଜନ ନିୟନ୍ତ୍ରଣ କରିଥାଏ।

ଏହାସହ ପଢନ୍ତୁ: ବ୍ଲଡପ୍ରେସରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ଅଗ୍ନିଶକ୍ତି ମୁଦ୍ରା, ନିଶ୍ଚୟ ଆପଣେଇ ଦେଖନ୍ତୁ

-ପ୍ରତିଦିନ ଶିଡ଼ି ଚଢ଼ିବା ଦ୍ୱାରା ମାନସିକ ରୂପେ ସୁସ୍ଥ ଅନୁଭବ ହୋଇଥାଏ।

-ଶିଡ଼ିରେ ଜୋର୍ରେ ଚାଲିବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମ୍ ହୋଇଥାଏ। ଫଳରେ ଡାଇବେଟିସ ଏବଂ ହୃଦ୍ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.