ଶ୍ରୀନଗର: ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହେଲା ଇଦ୍ ପ୍ରାର୍ଥନା, ବାରମୂଳାରେ ଏକତ୍ରିତ ହେଲେ ୧୦ହଜାର ଲୋକ
ଜମ୍ମୁ କଶ୍ମୀର : ଗୃହ ମନ୍ତ୍ରାଳୟର ପ୍ରବକ୍ତାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି, ଅନନ୍ତନାଗ, ବାରମୂଳା, ବଡଗାମ,ବାନ୍ଦିପୋରା ସମେତ ସବୁ ସ୍ଥାନୀୟ ମସଜିଦରେ ବିନା କୌଣସି ଅଘଟଣରେ ଶାନ୍ତିପୂର୍ଣ୍ଣ ସହିତ ପ୍ରାର୍ଥନା କରାଯାଇଛି। ବାରମୂଳାର ଓଲ୍ଡ ଟାଉନ୍ ସ୍ଥିତ ଜମିୟା ମସଜିଦ୍ ରେ ପାଖାପାଖି ୧୦ହଜାର ଲୋକେ ସମୂହ ପ୍ରାର୍ଥନା କରିଥିଲେ ।
ଶ୍ରୀନଗରରେ ସିଆରପିଏଫ୍ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଯାହାକୁ ମଦଦଗାର (ସାହାଯ୍ୟକାରୀ) ନାମରେ ନାମିତ କରାଯାଇଛି । କୌଣସି ସମସ୍ୟାରେ ସହାୟତା କିମ୍ବା ସୂଚନା ପାଇଁ ହେଲ୍ପଲାଇନ୍ ନମ୍ବର ୯୪୬୯୭୯୩୨୬୦ ରେ କଲ୍ କରିପାରିବେ । ଶ୍ରୀନଗରରେ ଲୋକମାନେ ସକାଳେ ମେହଲ୍ଲା ମସଜିଦ୍ ଯାଇ ନମାଜ୍ ପାଠ କରିଥିଲେ । ବହୁ ଭିଡ କରି ଯିବା ପାଇଁ ଲୋକଙ୍କୁ ଅନୁମତି ମିଳିନଥିଲା । ଯାତାୟାତ ଉପରେ ବହୁ ପ୍ରତିବନ୍ଧକ ଲଗାଯାଇଥିଲା ।
ଏହାସହ ପଢନ୍ତୁ : ଅଗଷ୍ଟ ୧୫କୁ ହୋଇପାରେ ‘ଲାଲ୍ କିଲ୍ଲା’ ଉପରେ ଆତଙ୍କବାଦୀ ଆକ୍ରମଣ, ଆଲର୍ଟ ଜାରି
ଅନ୍ଯପଟେ ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବ କେନ୍ଦ୍ରୀ ମନ୍ତ୍ରୀ ପି.ଚିଦାମ୍ବରମ୍ ଧାରା ୩୭୦କୁ ଧର୍ମ ସହିତ ଯୋଡି ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଯଦି କଶ୍ମୀର ହିନ୍ଦୁ ବହୁଳ ରାଜ୍ୟ ହୋଇଥାନ୍ତା ତେବେ ସେଠାରୁ ଧାରା ୩୭୦ ଉଚ୍ଛେଦ କରାଯାଇନଥାନ୍ତା । ବିଜେପି ନିଜର ବାହୁବଳ ପ୍ରଦର୍ଶନ କରି ଏହାକୁ ହଟାଇଛି ।
SRINAGAR: People offered Eid namaz in the morning at Mohalla mosques on #EidAlAdha, today. Large groups of people are not allowed to assemble, traffic restrictions in place. #JammuAndKasmir pic.twitter.com/CA2QDcHxND
— ANI (@ANI) August 12, 2019